Divine Light Online

ଧ୍ୟାନ ଓ ପ୍ରାର୍ଥନା

କେତେକ ବ୍ୟକ୍ତି ସେମାନଙ୍କ ଆତ୍ମାକୁ, କେତେକେ ସେମାନଙ୍କ ଜୀବନକୁ, କେତେକେ ସେମାନଙ୍କ କର୍ମକୁ ଏବଂ କେତେକେ ସେମାନଙ୍କ ଅର୍ଥକୁ ଭଗବାନଙ୍କ ନିକଟରେ ଅର୍ପଣ କରନ୍ତି। ଅତି ଅଳ୍ପ ଲୋକହିଁ ସର୍ବତୋଭାବେ ନିଜକୁ ତଥା ନିଜର ଯାହାକିଛି ଅଛି ସେସବୁକୁ - ଆତ୍ମା, ଜୀବନ, କର୍ମ ଓ ଧନସମ୍ପଦକୁ ଭଗବାନଙ୍କଠାରେ ଉତ୍ସର୍ଗ କରିଥା’ନ୍ତି; ଏହିମାନେହିଁ ଭଗବାନଙ୍କର ଯଥାର୍ଥ ସନ୍ତାନ । ଅନ୍ୟମାନେ କିଛି ବି ଦିଅନ୍ତି ନାହିଁ ଏମାନଙ୍କର ପଦବୀ, କ୍ଷମତା ଓ ଧନସମ୍ପତ୍ତି ଯାହା ବି ଥାଉ ନା କାହିଁକି, ଭଗବତ୍ ଉଦ୍ଦେଶ୍ୟ ଦୃଷ୍ଟିରୁ ଏମାନେ ମୂଲ୍ୟହୀନ ଶୂନ୍ୟ।

ଏହି ଗ୍ରନ୍ଥଟି ସେହିମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଯେଉଁମାନେ ଭଗବାନଙ୍କ ନିକଟରେ - ନିଜକୁ ନିଃଶେଷରେ ଉତ୍ସର୍ଗ କରିବା ନିମିତ୍ତ ଆସ୍ପୃହାଶୀଳ ।

ଶ୍ରୀମା