Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୧୭, ୧୯୧୪

ହେ ପ୍ରଭୁ, କି ତୀବ୍ର ଆବେଗ ସହ ମୋର ଅଭୀପ୍ସା ତୋ ଆଡ଼କୁ ଉଠି ଚାଲିଛି । ଆମ୍ଭମାନଙ୍କୁ ପ୍ରଦାନ କର ତୋ ଦିବ୍ୟ ବିଧାନର ପୂର୍ଣ୍ଣ ଚେତନା, ପ୍ରଦାନ କର ତୋ ଦିବ୍ୟ ସଂକଳ୍ପର ନିରବଚ୍ଛିନ୍ନ ବୋଧ, ଯେପରି କି ତୋର ସିଦ୍ଧାନ୍ତ ହିଁ ହୋଇଉଠେ ଆମ୍ଭମାନଙ୍କର ସିଦ୍ଧାନ୍ତ, ଆମ୍ଭମାନଙ୍କ ଜୀବନ ଯେପରି କେବଳ ତୋରି ସେବାରେ ହିଁ ନିବେଦିତ ହୁଏ, ଏବଂ ତାହା ଯେପରି ହୋଇଉଠେ ତୋ ପ୍ରେରଣାର ଯଥାସମ୍ଭବ ପରିପୂର୍ଣ୍ଣ ଅଭିବ୍ୟକ୍ତି ।

ହେ ଭଗବାନ୍, ସକଳ ଅନ୍ଧକାର, ସକଳ ଅନ୍ଧତା ଦୂର କର, ପ୍ରତ୍ୟେକେ ଯେପରି ଲାଭ କରନ୍ତି ତୋର ପ୍ରଶାନ୍ତ ସଂଶୟତା ଯାହାର ଉତ୍ସ ହେଲା ତୋର ଦିବ୍ୟ ଜ୍ୟୋତି ପ୍ରକାଶ ।