ହେ ଭଗବାନ୍, ହୃଦୟରେ ଶାନ୍ତି, ମନରେ ଜ୍ୟୋତି ସହ ଆମ୍ଭେମାନେ ଅନ୍ତରରେ ତୋତେ ଏତେ ଜୀବନ୍ତ ଭାବେ ଅନୁଭବ କରୁ ଯେ ପ୍ରଶାନ୍ତ ଚିତ୍ତରେ ଆମେ ଘଟଣାବଳୀକୁ ଅପେକ୍ଷା କରୁ, ଏହା ଜାଣି ଯେ ତୋର ପଥ ସର୍ବତ୍ର ବିଦ୍ୟମାନ, କାରଣ ସେ ମଧ୍ୟ ଆମ ଅନ୍ତରରେ ରହିଛି; ସକଳ ଅବସ୍ଥା ମଧ୍ୟରେ ବି ଆମେ ତୋ ବାଣୀର ହୋଇପାରୁ ବିଘୋଷକ ଓ ହୋଇପାରୁ ତୋର କର୍ମର ସେବକ ।
ପ୍ରଶାନ୍ତ ଓ ବିଶୁଦ୍ଧ ଭକ୍ତି ସହ ଆମେ ତୋତେ ପ୍ରଣାମ କରୁଛୁ; ତୋତେ ହିଁ ଆମ ସତ୍ତାର ଏକ ମାତ୍ର ସଦ୍ବସ୍ତୁ ବୋଲି ବରଣ କରୁଛୁ ।