Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୧୨, ୧୯୧୪

ହେ ଭଗବାନ୍ ! ସେମାନଙ୍କର ଦୁଃଖ ଓ ଯନ୍ତ୍ରଣା ମୋର ବାହ୍ୟ ସତ୍ତା ଅନୁଭବ କରୁଥିଲା । ଅଜ୍ଞାନତା କେବେ ଦୂର ହେବ ? କେବେ ଦୁଃଖର ଅବସାନ ହେବ ? ହେ ଭଗବାନ୍ ! ଏହାହିଁ କର, ଯେପରି ବିଶ୍ୱର ପ୍ରତ୍ୟେକଟି ଉପାଦାନ ତାହାର ମୂଳତତ୍ତ୍ୱ ସମ୍ବନ୍ଧରେ ସଚେତନ ହୋଇଉଠେ, ଲୁପ୍ତ ନ ହୋଇ ରୂପାନ୍ତରିତ ହୋଇଯାଏ । ଅନ୍ଧ ଅହଂକାରର ଯେଉଁ ପର୍ଦା ତୋତେ ଢାଙ୍କି ରଖୁଛି ତାହା ଅପସ୍ମତ ହେଉ ଏବଂ ତୁ ତୋର ପୂର୍ଣ୍ଣ ଅଭିବ୍ୟକ୍ତିରେ ଭାସ୍କର ହୋଇ ପ୍ରକାଶିତ ହୁଅ । ତୋର ଅଖଣ୍ଡ ନୀରବତା ମଧ୍ୟରେ ସବୁକିଛି ଶାଶ୍ୱତରୂପେ ରହିଛି, କିନ୍ତୁ ଏକ ଅନନ୍ତ କ୍ରମୋନ୍ନତିର ଧାରାରେ ପୃ ଚେତନା ମଧ୍ୟରେ ସେସବୁ ପ୍ରକାଶିତ ହେଉଛି ।