ହେ ପ୍ରଭୁ ! ମୋ ମଧ୍ୟରେ ତୋର ପ୍ରତିଷ୍ଠା ଗୋଟିଏ ସ୍ଥିର ଅବିଚଳ ଗିରିତୁଲ୍ୟ ଏବଂ ସମଗ୍ର ସତ୍ତା ଆନନ୍ଦରେ ଉଲ୍ଲସିତ ଏହି କାରଣରୁ ଯେ ଏହା ନିଃଶେଷରେ, ସର୍ବାଙ୍ଗୀଣ ଓ ପରିପୂର୍ଣ୍ଣ ଆତ୍ମସମର୍ପଣ ଦ୍ଵାରା ତୋର ହୋଇଯାଇଛି ।
ହେ ନିଶ୍ଚଳ ପ୍ରଶାନ୍ତ ଚେତନା ! ପୃଥିବୀର ସୀମାରେଖାରେ ତୁ ଶାଶ୍ୱତ ରହସ୍ୟମୂର୍ତ୍ତି, ଅତନ୍ଦ୍ର ପ୍ରହରୀ ତୁଲ୍ୟ ଜଗି ରହିଛୁ । ତଥାପି ତୁ କେତେକଙ୍କୁ ତୋର ଗୂଢ଼ ରହସ୍ୟ ବ୍ୟକ୍ତ କରୁ ।
ସେମାନେ ହିଁ ତୋର ପରମ ସଂକଳ୍ପର ବିଗ୍ରହ ହୋଇପାରିବେ, ଯେଉଁମାନେ ବିନା ପକ୍ଷପାତରେ ନିର୍ବାଚନ କରନ୍ତି ଓ ବାସନାହୀନ ହୋଇ କର୍ମ ସମ୍ପାଦନ କରନ୍ତି ।