ଏହି ପ୍ରଶାନ୍ତ ସୂର୍ଯ୍ୟୋଦୟର ସମ୍ମୁଖରେ ମୁଁ – ମୋ ଅନ୍ତରରେ ସବୁକିଛି ନୀରବଓ ଶାନ୍ତିମୟ । ଏହି ମୁହୂର୍ତ୍ତରେ ମୁଁ ତା ସମ୍ବନ୍ଧରେ ସଚେତନ ହୋଇଉଠିଛି, ମୋ ମଧ୍ୟରେ ଏକ ମାତ୍ର ତୁହିଁ ରହିଛୁ । ମୋର ବୋଧ ହେଲା ଜାହାଜର ସକଳ ଯାତ୍ରୀଙ୍କୁ ମୁଁ ଗ୍ରହଣ କରିଛି ଏବଂ ସମାନ ପ୍ରେମ ଦେଇ ସେମାନଙ୍କୁ ଆବେଷ୍ଟନ କରି ରହିଛି ଯେପରିକି ପ୍ରତ୍ୟେକଙ୍କ ମଧ୍ୟରେ ତୋ ଚେତନାର କିଛି ଟିକେ ଜାଗିଉଠିପାରେ । ତୋର ଦିବ୍ୟଶକ୍ତି, ତୋର ଅଜେୟଜ୍ୟୋତି ଏତେ ପ୍ରବଳ ଭାବେ ପ୍ରାୟଶ୍ୟ ଅନୁଭବ କରେ ନାହିଁ, – ପୁନର୍ବାର ପରିପୂର୍ଣ୍ଣ ହୋଇଉଠିଛି ମୋର ନିଷ୍ଠା, ଅମିଶ୍ର ମୋର ଆନନ୍ଦମୟ ସମର୍ପଣ ।
ହେ ଭଗବାନ୍, ସକଳ ବେଦନାରୁ ମୁକ୍ତ କର, ସକଳ ଅଜ୍ଞାନକୁ ଦୂର କରିଦିଅ, ହେ ପରମ ଭିଷକ୍, ଏହି ଜାହାଜରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ସେମାନଙ୍କ ହୃଦୟରେ ତୁ ନିରନ୍ତର ଆସୀନ ହୁଅ, ଯେଉଁଥିରେ ପୁନର୍ବାର ପ୍ରକାଶିତ ହେବ ତୋର ମହିମା ।