Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୨୧, ୧୯୧୪

ଦେହ ନ ଥା, କୌଣସି ଇନ୍ଦ୍ରିୟାନୁଭୂତି ମଧ୍ୟ ନ ଥିଲା; ଥିଲା କେବଳ ଏକ ଆଲୋକର ସ୍ତମ୍ଭ, ଯେଉଁଠି ସାଧାରଣତଃ ଦେହମୂଳ ସେଇଠୁ ଊର୍ଦ୍ଧ୍ୱକୁ ମସ୍ତକ ପର୍ଯ୍ୟନ୍ତ ଉଠି ତାହା ସେଠାରେ ଧାରଣ କରିଥା ଚନ୍ଦ୍ର ପରି ଆଲୋକର ଏକ ଥାଳିର ରୂପ; ତା’ପରେ ସେ ସ୍ତମ୍ଭଟି ମସ୍ତକର ବହୁ ଊର୍ଦ୍ଧ୍ୱକୁ ଉଠି ଏକ ଉତ୍କଳ ବିରାଟ ନାନାବମୟ ସୂର୍ଯ୍ୟରେ ପରିଣତ ହୋଇଥିଲା । ବର୍ଣ୍ଣାତ୍ୟ ସେ ପ୍ରଵଳ ସୂର୍ଯ୍ୟ ମଧ୍ୟରୁ ସୁବର୍ଣ୍ଣାଲୋକର ବୃଷ୍ଟିଧାରା ଝରି ଝରି ଆଚ୍ଛନ୍ନ କରିଥିଲା ସମଗ୍ର ଧରଣୀକୁ ।

ତା’ପରେ ସେ ଆଲୋକିସ୍ତମ୍ଭଟି ଜୀବନ୍ତ ଆଲୋକର ଏକ ଡିମ୍ବାକୃତି ଘେରର ରୂପ ଧାରଣ କରି ଅବତରଣ କରିଥି, ପ୍ରଥମେ ମସ୍ତକ ଊର୍ଦ୍ଧ୍ୱସ୍ଥ ଚକ୍ର, ମସ୍ତକସ୍ଥ ଚକ୍ର, କଣ୍ଠସ୍ଥ ଚକ୍ର, ହୃଦୟ ଚକ୍ର, ନାଭି ଚକ୍ର, ମେରୁଦଣ୍ଡମୂଳସ୍ଥ ଚକ୍ର, ଏବଂ ଆହୁରି ନିମ୍ନକୁ ଏହିପରି ପ୍ରତ୍ୟେକ ଚକ୍ରକୁ ସେମାନଙ୍କ ନିଜସ୍ୱ ଧାରାରେ, ଆପଣାର ସ୍ପନ୍ଦନବୈଶିଷ୍ଟାରେ ଜାଗ୍ରତ୍ ଓ ସକ୍ରିୟ କରିଥିଲା । ଜାନୁ ନିକଟରେ ପହଞ୍ଚି ଉତ୍ତରଣମୁଖ ଏବଂ ଅବତରଣମୁଖ ସ୍ରୋତ ପରସ୍ପର ସହ ମିଳିତ ହୋଇଥିଲେ ଏବଂ ଏହିପରି ଏକ ନିରନ୍ତର ପ୍ରବାହ ମଧ୍ୟରେ ଆଉ କୌଣସି ବିରତି ନ ଥିଲା, ସମଗ୍ର ଆଧାରକୁ ଘେରି ରହିଥିଲା ବିପୁଳ ଏକ ଜୀବନ୍ତ ଆଲୋକମଣ୍ଡଳ ।

ତପରେ ଶରୀର ଚେତନା ଫେରି ଆସିବା ପର୍ଯ୍ୟନ୍ତ ସେ ଚେତନା ଧୀରେ ଧୀରେ ସ୍ତର ପରେ ସ୍ତର ଦେଇ ଅବତରଣ କରିଥିଲା ପ୍ରତ୍ୟେକ ଚକ୍ରରେ ରହି ରହି । ମୋର ଯେତେଦୂର ମନେ ପଡୁଛି, ଶରୀରର ଚେତନା ଫେରିଆସିଲା ନବମ ସ୍ତରରେ । ସେ ସମୟରେ ମଧ୍ୟ ବାହ୍ୟ ଶରୀର ଶକ୍ତ ଓ ନିସ୍ପନ୍ଦ ହୋଇ ରହିଥିଲା ।