Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୧୩, ୧୯୧୪

ଆବଶ୍ୟକ ଧୈର୍ଯ୍ୟ, ବଳ, ସାହସ, ପ୍ରଶାନ୍ତି ଓ ଅଦମ୍ୟ କର୍ମଶକ୍ତି… ।

ମନକୁ ନୀରବ ହୋଇଯିବା ପାଇଁ ଶିଖୁକୁ ହେବ । ସର୍ବାଙ୍ଗୀନ ରୂପାନ୍ତର ଲାଗି ଯେଉଁସବୁ ଶକ୍ତିଧାରା ତୋ ପାଖରୁ ଉତରି ଆସେ, ସେମାନଙ୍କୁ ଧରି ତତ୍‌କ୍ଷଣାତ୍ କିଛିଲାଭ ଉଠାଇ ନେବାର ପ୍ରଲୋଭନ ଯେପରି ମନର ନ ରହେ…

କିନ୍ତୁ କାହିଁକି ତୁ ସବୁଠାରୁ ଦୀନ, ସବୁଠାରୁ ସାଧାରଣ, ସବୁଠାରୁ ଅପୂର୍ଣ୍ଣ ଏହି ଆଧାରଟିକୁ ତୋ ଇଚ୍ଛାକୁ ପ୍ରକାଶ କରି ଧରିବା ଲାଗି ନିର୍ବାଚନ କଲୁ ?