ପ୍ରଚଣ୍ଡ ଝଡ଼ଝଞ୍ଜା ସନ୍ଦେ ଦୁଇଟି ଜିନିଷ ଅଚଞ୍ଚଳ ହୋଇ ରହିଯାଏ – ଏହି ସଂକଳ୍ପ, ସମସ୍ତେ ଯେପରି ପ୍ରକୃତ ସୁଖ ଅନୁଭବ କରିପାରନ୍ତି, ତୋ ମଧ୍ୟରେ ରହିଛି ଯେଉଁସୁଖ; ଆଉ ଏହି ଦୀପ୍ତ କାମନା, ତୋ ସହ ମୁଁ ଯେପରି ସମ୍ପୂର୍ଣ୍ଣ ଭାବେ ମିଳିତ ହୋଇ ଯାଇପାରେ, ଯେପରି ଏକ ହୋଇ ଯାଇପାରେ ।… ଏପର୍ଯ୍ୟନ୍ତ ଅନ୍ୟସବୁ ଜିନିଷ ଆସିଛି ହୁଏ ତ ଚେଷ୍ଟାଫଳରେ, ଦାବି ଫଳରେ; କିନ୍ତୁ ଏ ବସ୍ତୁଟି ସ୍ୱତଃସ୍ଫୁର୍ଭ, ଅବିଚଳ । ଯେଉଁ ମୁହୂର୍ତ୍ତରେ ମନେହୁଏ ପାଦ ତଳୁ ମାଟି ଘୁଞ୍ଚି ଯାଉଛି, ସବୁ ବୋଧେ ବୁଡ଼ିଯିବ, ଠିକ୍ ସେତିକିବେଳେଏ ବସ୍ତୁ ତା’ର ଜ୍ୟୋତିର୍ମୟ ବିଶୁଦ୍ଧ ପ୍ରଶାନ୍ତ ରୂପ ନେଇ ଆସି ଦେଖାଦିଏ, ସକଳ ମେଘଅପସାରିତ କରେ, ସକଳ ଅନ୍ଧକାର ଦୂର କରେ, ଧ୍ବଂସସ୍ତୂପ ମଧ୍ୟରୁ ଆହୁରି ବୃହତ୍, ଆହୁରି ଶକ୍ତିମାନ୍ ହୋଇ ଉଠିଆସେ, ଅନ୍ତରରେ ବହନ କରି ନେଇଆସେ ତୋର ଅସୀମ ଶାନ୍ତି ଆଉ ଆନନ୍ଦ ।