Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୧୯, ୧୯୧୪

ଏହି ଯେଉଁ ମନୋମୟ ଜୀବଟି ତା’ର ସମସ୍ତ ବ୍ୟକ୍ତିଗତ ଜୀବନରେ ତୋ ପ୍ରତି ଗଭୀର ଭକ୍ତି, ମନୁଷ୍ୟ ପ୍ରତି ଅସୀମ କରୁଣା, ଜ୍ଞାନ ପାଇଁ ତୀବ୍ର ଆସ୍ପୃହା, ପୂର୍ଣ୍ଣତା ନିମନ୍ତେ ଗଭୀର ପ୍ରୟାସ ଆଦି ବୃତ୍ତିସକଳକୁ ସକ୍ରିୟ କରିପାରିଛି, ମନେହୁଏ ତାହା ଯେପରି ଆଜି ଗଭୀର ନିଦ୍ରାରେ ଆଚ୍ଛନ୍ନ ଏବଂ କୌଣସିଟିକୁ ଆଜି ଆଉ ସକ୍ରିୟ କରିପାରୁ ନାହିଁ ।ତାହାର ସମସ୍ତ ବ୍ୟକ୍ତିଗତ ବୁଦ୍ଧି ନିଦ୍ରାଭିଭୂତ, ଊର୍ଦ୍ଧ୍ୱତନ ଚେତନା ଆଡ଼କୁ ତାହାର ଚେତନା ଏବେ ବି ଜାଗ୍ରତ୍ ହୋଇ ନାହିଁ, ତାହା ମଝିରେ ମଝିରେ ଜାଗ୍ରତ୍ ହେଲେ ମଧ୍ୟ ତାହାର ବେଶୀ ଭାଗ ସୁପ୍ତ । ଏ ସତ୍ତା ଭିତରେ ଗୋଟାଏ କିଛି ଯେ ଚାହେଁ ନିର୍ଜନତା, ପୂର୍ଣ୍ଣ ନୀରବତା, ଅନ୍ତତଃ କିଛି ସମୟ ପାଇଁ, ଯେତେ ଦିନ ପର୍ଯ୍ୟନ୍ତ ବର୍ତ୍ତମାନର ଅସ୍ୱସ୍ତିକର ଅବସ୍ଥା କଟି ନ ଯାଇଛି । କିନ୍ତୁ ସତ୍ତାରେ ଅନ୍ୟ କିଛି ମଧ୍ୟ ରହିଛି ଯେ ଜାଣେ ଯେ ତୋ ଇଚ୍ଛା ହେଉଛି ଏ ଯନ୍ତ୍ରଟି ଯେପରି ବିଶ୍ୱ ସେବାରେ ନିବେଦିତ ହେଉ, ଯଦି ବି ସେଥିରେ, ଅନ୍ତତଃ ବାହ୍ୟ ଦୃଷ୍ଟିରେ, ତା’ ନିଜର ବ୍ୟକ୍ତିଗତ ପୂତା ବ୍ୟାହତ ହୋଇପାରେ ।

ଏ ସତ୍ତାର ଅନ୍ତରରୁ କିଏ ଯେପରି ତୋତେ କହୁଛି, ହେ ଭଗବାନ୍ :

“ମୁଁ କିଛି ଜାଣେ ନାହିଁ,
ମୁଁ କିଛି ନୁହେଁ,
ମୁଁ କିଛି କରିପାରେ ନାହିଁ,
ମୁଁ ନିଶ୍ଚିତନାର ଅନ୍ଧକାରରେ ।”

ଆଉ ଏକ ଅଂଶ ପୁଣି ଜାଣେ ଯେ ସେ ହେଉଛି ତୁ, ତୁ ଯେ କି ପରମା ପୂସିଦ୍ଧି ।
କିନ୍ତୁ ଏସବୁର ପରିଣାମ କ’ଣ ? ଏ ପ୍ରକାର ଅବସ୍ଥା ର ଶେଷ ହେବ କେଉଁ ଉପାୟରେ ? ଏହା କ’ଣ ଜଡ଼ତା ? ଏହା କ’ଣ ଯଥାର୍ଥ ଧୈର୍ଯ୍ୟ ? ମୁଁ ଜାଣେ ନାହିଁ ।କିନ୍ତୁ ତ୍ୱରା ନ କରି, କୌଣସି ବାସନା ନ ରଖି ତୋର ପଦ ତଳେ ମୁଁ ପଡ଼ିରହିଛି ଏବଂ ଅପେକ୍ଷା କରି ରହିଛି ।