Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୨୪, ୧୯୧୫

ହେ ଭଗବାନ୍ ! ତୋ ସମ୍ମୁଖରେ ମୁଁ ବହୁକ୍ଷଣ ଧରି ନୀରବ ରହିଥିଲି ଜ୍ୱଳନ୍ତ ଆରାଧନାରେ ପୂର୍ଣ୍ଣ ହୋଇ, ପରମ ଏକାତ୍ମତା ନିମନ୍ତେ ଉନ୍ମୁଖ ହୋଇ, ଅନ୍ତରରେ ନିଜକୁ ଭୁଲୁଣ୍ଠିତ କରି ।… ଚିରଦିନ ପରି ଆଜି ମଧ୍ୟ ତୁ ମୋତେ କହିଲୁ : ”ପୃଥିବୀ ଆଡ଼କୁ ଦୃଷ୍ଟିଫେରା ।” ମୁଁ ଦେଖିଲି ସମସ୍ତ ପଥ ଉଦାର ଉନ୍ମକ୍ତ, ପ୍ରଶାନ୍ତ ଓ ବିଶୁଦ୍ଧ ଆଲୋକରେ ଉଦ୍ଭାସିତ ।

ମୂକ ଆରାଧନାରେ ମଗ୍ନ ହୋଇ, ତୋର ଦିବ୍ୟ ସଂକଳ୍ପରେ ପୂର୍ଣ୍ଣ ହୋଇ ମୁଁ ପୃଥିବୀ ଆଡ଼କୁ ଫେରିଲି ।