Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୭, ୧୯୧୪

ଶାନ୍ତି, ଶାନ୍ତି ଉତ୍ତରି ଆସୁ ସାରା ପୃଥିବୀ ଉପରକୁ ।…

ଅଚେତନ ନିଦ୍ରାର ଯେ ଶାନ୍ତି, ଆତ୍ମତୃପ୍ତ ଜଡ଼ତାର ଯେ ଶାନ୍ତି, ସେ ଶାନ୍ତି ନୁହେଁ;ଆତ୍ମବିସ୍ମୃତ ଅଜ୍ଞାନର ଯେ ଶାନ୍ତି, ତାମସିକ ଓ ଭାରାକ୍ରାନ୍ତ ଔଦାସୀନ୍ୟର ଯେ ଶାନ୍ତି, ସେ ଶାନ୍ତି ନୁହେଁ । କିନ୍ତୁ ସର୍ବକ୍ଷମ ଶକ୍ତିର ଶାନ୍ତି, ପରିପୂର୍ଣ୍ଣ ସମିଳନର ଶାନ୍ତି, ସର୍ବାଙ୍ଗୀନ ଜାଗରଣର ଶାନ୍ତି, ସକଳ ସୀମା, ସକଳ ଛାୟାର ଅପସାରଣରେ ଯେଉଁ ଶାନ୍ତି ଆସେ…

ଆଉ କାହିଁକି ଦୁଃଖ, ଆଉ କଷ୍ଟ କାହିଁକି ? କାହିଁକି ଏ ନିଦାରୁଣ ଯୁଦ୍ଧ, କାହିଁକି ଏ ବିଦ୍ରୋହ ? ଏଇ ନିରର୍ଥକ ରୁଦ୍ରତା ବା କାହିଁକି ? କାହିଁକି ଏ ଅଚେତନା ଭାରଗ୍ରସ୍ତ ସୁପ୍ତି ? ନିର୍ଭୟରେ ଜାଗିଉଠ, ସଂଘର୍ଷ ସମ୍ବରଣ କର, କଳହ ଶାନ୍ତ କର, ଆଖ୍ ଖୋଲିଦେଖ, ହୃଦୟ ଖୋଲିଧର । ଏଇ ତ ଶକ୍ତି ରହିଛି; ଲୋକୋତ୍ତର ଶୁଦ୍ଧି, ଜ୍ୟୋତି, ବୀର୍ଯ୍ୟନେଇ ରହିଛି ଅସୀମ ପ୍ରେମରୂପେ, ସାମର୍ଥ୍ୟରୂପେ, ନିଃସଂଶୟ ସବସ୍ତୁରୂପେ, ଅବିଚ୍ଛିନ୍ନ ଆନନ୍ଦରୂପେ, ପରମ ଶ୍ରେୟରୂପେ । ସେ ବସ୍ତୁ ସ୍ଵୟମ୍ବୁ, ଅନନ୍ତ ଜ୍ଞାନର ଅସୀମ ତୃପ୍ତିଧାରା, ସେ ଅଧୂକନ୍ତୁ ଆହୁରି କିଛି, ଯାହାକୁ କହିହୁଏ ନା, ତଥାପି ଚିନ୍ତା ଜଗତର ଊର୍ଦ୍ଧ୍ୱରେ ଊର୍ଦ୍ଧତର ଲୋକରେ ସେ ସକ୍ରିୟ, ପରମ ରୂପାନ୍ତରର ଶକ୍ତି ସେ – ପୁଣି ଜଡ଼ର ନିର୍ଭେ ତନ ଗଭୀରତା ମଧ୍ୟରେ ସେ ରହିଛି ଅବ୍ୟର୍ଥ ରୋଗହାରିଣୀ ଶକ୍ତିରୂପେ ।…

ଶୁଣ, ଶୁଣ, ତୁମେ ଯେ ଜାଣିବାକୁ ଚାହେଁ ।

ଦେଖ, ଦେଖ, ତୁମେ ଯେ ଦେଖବାକୁ ଚାହଁ, ଆଖ୍ ଖୋଲି ଦେଖ ।

ଏଇ ତ ଶକ୍ତି !