Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୬, ୧୯୧୪

ଊର୍ଦ୍ଧ୍ୱକୁ, ଆହୁରି ଊର୍ଦ୍ଧ୍ୱକୁ ! ଯାହା ଅଧୁଗତ ହୋଇଛି ସେଥିରେ ଆମ୍ଭେମାନେ କେବେ ବି ସନ୍ତୁଷ୍ଟ ହେବା ନାହିଁ, କୌଣସି ସିଦ୍ଧି ଲାଭ କରି ଥମିଯିବା ନାହିଁ, ଥମି ନ ଯାଇ ସବିକ୍ରମେ ସର୍ବଦା ଆମ୍ଭମାନଙ୍କୁ ଆଗେଇ ଯିବାକୁ ହେବ ପୂର୍ଣ୍ଣତର ପ୍ରକାଶ ଆଡ଼କୁ, ଊର୍ଦ୍ଧ୍ୱତର ଓ ବ୍ୟାପକତର ଚେତନା ଆଡ଼କୁ … । ଗତ କାଲିର ବିଜୟ ଆସନ୍ତାକାଲିର ବିଜୟ ସକାଶେ ହେବ ଗୋଟିଏ ପାହାଚ, ଏବଂ ପୂର୍ବାହ୍ନର ସାମର୍ଥ୍ୟ ପରାହ୍ମର ସାମର୍ଥ୍ୟ ତୁଳନାରେ ହେବା ଗୋଟିଏ ଦୁର୍ବଳତା ।

ହେ ଦିବ୍ୟଜନନୀ ! ଯାତ୍ରା ତୋର ବିଜୟମଣ୍ଡିତ ଏବଂ ଅବ୍ୟାହତ । ସର୍ବାଙ୍ଗୀନ ପ୍ରେମ ନେଇ ଯେ ତୋ ସହ ଏକୀଭୂତ ସେ ନିରନ୍ତର ବୃହତ୍ରରୁ ବୃହତ୍ତର ଦିଗବଳୟ ଅଭିମୁଖେ, ପୂର୍ଣ୍ଣରୁ ପୂର୍ଣ୍ଣତର ସିଦ୍ଧି ଅଭିମୁଖେ, ଶିଖରରୁ ଶିଖରାନ୍ତରେ ତୋ ଜ୍ୟୋତିର ଐଶ୍ଵର୍ଯ୍ୟ ମଧ୍ୟରେ ଅଗ୍ରସର ହେଉଛି ଅଜ୍ଞୟର ଅପରୂପ ରହସ୍ୟସବୁକୁ ଅଧିକାର କରିବା ସକାଶେ ଏବଂ ସେ ସବୁକୁ ପ୍ରକାଶ କରିବା ନିମନ୍ତେ ।

ହେ ବିଶ୍ଵ ବିଜୟିନୀ ଜନନୀ ! ସମଗ୍ର ପୃଥିବୀ ତୋ ମହିମା କୀର୍ତ୍ତନ କରେ, ଯାବତୀୟ ଶକ୍ତି ତୋର ଅନୁଗତ ହେବ ।

କାରଣ, ଭଗବାନ୍ କହିଛନ୍ତି, “ସମୟ ଆସିଛି” ।

ଏବଂ ସକଳ ବାଧା ଅତିକ୍ରାନ୍ତ ହେବ ।