ଆଧାରର ଯାହାକିଛି ବହିର୍ମୁଖୀ, ନିମ୍ନତର, ଏବେବି ତମସାଚ୍ଛନ୍ନ, ମୌନ ସାଗ୍ରହ ଆରାଧନା ନେଇ ତାହା ତୋ ନିକଟରେ ପ୍ରଣତ । ତା’ର ସମସ୍ତ ଶକ୍ତି ଦେଇ ସେ ତୋର ଶୁଦ୍ଧିଦାୟିନୀ କ୍ରିୟା ଲାଗି ତୋତେ ଡାକେ ଯଦ୍ଦ୍ୱାରା ତୋର ପୂର୍ଣ୍ଣ ପ୍ରକାଶ ପାଇଁ ସେ ସୁଯୋଗ୍ୟ ହୋଇପାରେ ।
ତା’ର ଏହି ଆରାଧନା ମଧ୍ୟରେ ରହିଛି ଅଖଣ୍ଡ ନୀରବତା ଆଉ ଅକ୍ଷୁଣ୍ଡ ଆନନ୍ଦ ।
କରୁଣାଭରେ ତୁ ସେ ଆହ୍ଵାନର ଉତ୍ତର ଦେଲୁ : “ଯା ହେବା ଉଚିତ ତା’ ହେବନିଶ୍ଚୟ । ଯେପରି ପ୍ରୟୋଜନ ସେହିପରି ଯନ୍ତ୍ର ତିଆରି ହେବ । ତୁ ଚେଷ୍ଟା କରିଯା ଦୃଢ଼ପ୍ରତ୍ୟୟ ଓ ଶାନ୍ତିରେ ପ୍ରତିଷ୍ଠିତ ହୋଇ ।”