Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୩୦, ୧୯୧୪

ମୋ ଭିତରେ ଯାହା କିଛି ସଚେତନ ସେସବୁ ଅବାଧରେ ତୋର । ଏବେ ମୁଁ ଧୀରେ ଧୀରେ ଏବଂ ସର୍ବଦା ଚେଷ୍ଟା କରିବି ଯେପରି ଆହୁରି ଭଲ ଭାବରେ ସେଇ ମଗ୍ନତଳ ଅବଚେତନାକୁ ଜୟ କରିପାରେ ଯାହା ବର୍ତ୍ତମାନ ବି ଅନ୍ଧକାରାଚ୍ଛନ୍ନ ।

ହେ ପ୍ରେମର ଦିବ୍ୟ ପ୍ରଭୁ, ଚିରନ୍ତନ ଶିକ୍ଷାଦାତା, ଆମ ଜୀବନକୁ ତୁ ଚଳାଇନେଉଛୁ । ଆମ୍ଭେମାନେ କେବଳ ତା ମଧ୍ୟରେ ଓ ତୋ ରି ନିମନ୍ତେ ଜୀବନ ଧାରଣ କରିବାକୁ ଚାହୁଁ । ଆମର ଚେତନାକୁ ଆଲୋକିତ କର, ପଥ ଦେଖାଇ ନେଇଚାଲ, ଆମର ଯେତେ ସାମର୍ଥ୍ୟ ରହିଛି, ପୂର୍ଣ୍ଣମାତ୍ରାରେ ତାହା ଯେପରି ଆମେ ପ୍ରୟୋଗ କରିପାରୁ, ଆମର ସମସ୍ତ ଶକ୍ତି ଯେପରି ନିୟୋଗ କରିପାରୁ କେବଳ ତୋ ରି ସେବାରେ ।