Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୧୭, ୧୯୧୪

ହେ ଭଗବାନ୍, ଯେଉଁସବୁ ମାନସ ପ୍ରଭାବ ମୋ ଉପରେ ଚାପି ରହିଛି, ସେଥିରୁ ମୋତେ ମୁକ୍ତ କର, ପୂର୍ଣ୍ଣ ଭାବରେ ମୁକ୍ତ ହୋଇ ମୁଁ ଯେପରି ତୋ ଅଭିମୁଖରେ ତୀବ୍ର ବେଗରେ ଛୁଟିଯାଇପାରେ ।

ହେ ପ୍ରଭୁ, ବିଶ୍ଵସତ୍ତା, ଦୃଶ୍ୟମାନ ରୂପ ଭିତରେ ପରମ ଏକତ୍ୱ, ଅଦମ୍ୟ ଆସ୍ପୃହାନେଇ ତା ହୃଦୟ ମଧ୍ୟରେ ବୁଡ଼ିଗଲି, ମୁଁ ନିଜେ ହିଁ ହୋଇଗଲି ତୋର ହୃଦୟ; ସେତେବେଳେ ଜାଣିଲି ତୋର ହୃଦୟ ହେଉଛି ସେହି ଦେବଶିଶୁ ଯେକି ଖେଳର ଛଳରେ ଜଗତ୍ ସୃଷ୍ଟିକରେ । ତୁ ମୋତେ କହିଲୁ : “ଦିନେ ତୁ ହେବୁ ମୋର ଶିରୋଦେଶ, କିନ୍ତୁ ବର୍ତ୍ତମାନ ପୃଥିବୀ ଆଡ଼କୁ ଦୃଷ୍ଟି ଦେ।” ସେଇଥିପାଇଁ ଆଜି ମୁଁ ପୃଥିବୀରେ ସେହି କ୍ରୀଡ଼ାରତ ଆନନ୍ଦମୟ ଶିଶୁ ହୋଇ ଉଠିଛି ।

ଏହି ହେଲା ସେହି ଦୁଇଟି ବାକ୍ୟ ଯାହା ମୁଁ କାଲି ଲେଖୁଥିଲି ଏକ ଅନିବାର୍ଯ୍ୟ ପ୍ରୟୋଜନ ଯୋଗୁଁ । ପ୍ରଥମଟି ଏଇଥିପାଇଁ ଯେ ଯେପରି କାଗଜ ଉପରେ ଲେଖା ନ ହେଲେ ପ୍ରାର୍ଥନାଟିର ପୂର୍ଣ୍ଣ ଶକ୍ତି ଲାଭ ହେବ ନାହିଁ । ଦ୍ୱିତୀୟଟି ଏଇଥିପାଇଁ ଯେପରିକି ଉପଲବ୍ଧଟି ସ୍ଥାୟୀ ହୋଇ ରହିବ ସେତିକିବେଳେ, ଯେତେବେଳେ ତାହା ମୋ ମସ୍ତିଷ୍କଭିତରୁ ମୁକ୍ତ ହୋଇ ଲେଖା ଭିତରେ ରୂପ ଗ୍ରହଣ କରିଛି ।