ଏହି ଜଗତର ଅଗଣ୍ୟ ଉପକରଣସବୁକୁ ତୁ ସଚଳ, ଚଞ୍ଚଳ ଓ ମନ୍ଥନ କରିଚାଲିଛୁ ଯେଉଁଥିରେ ସେମାନଙ୍କର ଆଦିମ ତାମସ ଆଚ୍ଛନ୍ନତାରୁ, ସେମାନଙ୍କ ଆଦିମ ବିଶୃଙ୍ଖଳାରୁ ସେମାନେ ଜାଗ୍ରତ୍ ହୋଇଉଠିବେ ସଚେତନତା ମଧ୍ୟରେ ଓ ଜ୍ଞାନର ପୂର୍ଣ୍ଣ ଆଲୋକ ମଧ୍ୟରେ । ଏହିସବୁ ଉପକରଣକୁ ମନ୍ଥନ କରିବା ପାଇଁ ମନ୍ଥନ ଦଣ୍ଡ ହେଲା ତୋର ପରମ ପ୍ରେମ । ଆଉ ସେ ପ୍ରେମ ତୋର ଅସୀମ ଅତଳ ହୃଦୟ-ଅଭ୍ୟନ୍ତରରୁ ଅକ୍ଷୟ ଧାରାରେ ଉତ୍ସାରିତ ହେଉଛି । ତୋର ହୃଦୟ ହିଁ ମୋର ଆବାସକ୍ଷେତ୍ର, ତୋରହୃଦୟ ହିଁ ମୋ ସତ୍ତାର ସଦ୍ରବସ୍ତୁ । ତୋର ହୃଦୟରେ ମୁଁ ସଂଲଗ୍ନ; ମୁଁ ହୋଇଯାଇଛି ତୋର ହୃଦୟ ।
ଶାନ୍ତି, ସକଳ ବସ୍ତୁରେ ଶାନ୍ତି ବିରାଜମାନ କରୁ ।