Divine Light Online

ଧ୍ୟାନ ଓ ପ୍ରାର୍ଥନା

ଏପ୍ରିଲ୍ ୧, ୧୯୧୪

ମନେହୁଏ ଯେପରି ତୋ ମନ୍ଦିରର ନିଭୃତରେ ପ୍ରବେଶ କରିଛି ଏବଂ ତୋର ଇଚ୍ଛାସହ ପରିଚିତ ହୋଇଛି । ଏକ ମହାନ୍ ଆନନ୍ଦ ଓ ଗଭୀର ଶାନ୍ତି ମୋ ଭିତରେ ବିଦ୍ୟମାନ, ତେବେ ବି ମୋ ଭିତରର ମନଗଢ଼ା ରୂପସକଳ ଅଳୀକ ସ୍ଵପ୍ନ ପରି ଅନ୍ତର୍ହିତ ହେଉଛି । ତୋର ବିଶାଳତାର ସମ୍ମୁଖରେ ଦଣ୍ଡାୟମାନ ହୋଇ ଦେଖୁଛି, ମୁଁ ମୋର ଗଠନ ଓ ସୀମାବନ୍ଧନ ହରାଇଛି, ଯେପରି ଗୋଟିଏ ବ୍ୟଷ୍ଟିସତ୍ତା ଏପର୍ଯ୍ୟନ୍ତ ବି ଗଢ଼ି ଉଠି ନାହିଁ ।ସମସ୍ତ ଅତୀତ ତାହାର ବାହ୍ୟ ରୂପରେ ମନେହୁଏ ଯେପରି ଗୋଟାଏ ଅସଂଗତ ହାସ୍ୟକର ଆରୋପ ମାତ୍ର, ତଥାପି ମୁଁ ଜାଣେ ଯେ ସେହି ସମୟ ସକାଶେ ଏହାର ପ୍ରୟୋଜନଥିଲା ।

କିନ୍ତୁ ବର୍ତ୍ତମାନ ସବୁକିଛି ବଦଳିଯାଇଛି : ଗୋଟିଏ ନୂତନ ଅବସ୍ଥା ଆରମ୍ଭ ହୋଇଛି ।