ତୁ ଚାହୁଁ ମୁଁ ଯେପରି ଗୋଟିଏ ଜଳବାହୀ ପ୍ରଣାଳୀ ତୁଲ୍ୟ ହୋଇଉଠେ, ନିରନ୍ତର ଉନ୍ମକ୍ତ, ନିରନ୍ତର ବୃହତ୍ତର ହୋଇଚାଲେ, ଯଦ୍ଦ୍ୱାରା ତୋ ଶକ୍ତି ପ୍ରଚୁର ଭାବେ ଏ ଧରଣୀ ଉପରେ ପ୍ରବାହିତ ହୋଇପାରିବ… ହେ ଭଗବାନ୍ ! ତୋ ଇଚ୍ଛା ପୂର୍ଣ୍ଣ ହେଉ । ଏକ ମହାନ୍ ଆନନ୍ଦ ମଧ୍ୟରେ ମୁଁ କ’ଣ ତୋର ଇଚ୍ଛାଶକ୍ତି ଓ ତୋର ଚିତ୍ରଶକ୍ତି ନୁହେଁ ?
ସତ୍ତା ଅପରିମେୟଭାବେ ସଂପ୍ରସାରିତ ହେଉଛି ବିଶ୍ୱ ସମ ବିଶାଳ ହୋଇ ଉଠିବା ନିମନ୍ତେ ।