Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୧୪, ୧୯୧୪

ହେ ମା ଭଗବତୀ ! ତୁ ଆମ୍ଭମାନଙ୍କ ସଙ୍ଗରେ ରହିଛୁ, ପ୍ରତ୍ୟେକ ଦିନ ତୁ ତା’ର ପ୍ରମାଣ ମୋତେ ଦେଉଛୁ । ତୋ ସଙ୍ଗେ କ୍ରମେ ଆହୁରି ସମଗ୍ର ଭାବେ, ଆହୁରି ନିରବଚ୍ଛିନ୍ନଭାବେ ଏକୀଭୂତ ହୋଇ ‘ ଆମେ’ ଗୋଟିଏ ପ୍ରବଳ ଅଭୀପ୍ସା ସହ ବିଶ୍ୱବିଧାତାଙ୍କ ଆଡ଼କୁ ଏବଂ ବିଶ୍ୱ ବାହାରେ ଥିବା ସବସ୍ତୁ ଆଡ଼କୁ ଫେରୁଛୁ ନୂତନ ଜ୍ୟୋତି ଲାଭ କରିବା ନିମନ୍ତେ । ସମସ୍ତ ପୃଥିବୀ ପୀଡ଼ିତ ଶିଶୁ ତୁଲ୍ୟ ମୋ କୋଳରେ ରହିଛି, ତାହାକୁ ରୋଗମୁକ୍ତ କରିବାକୁ ହେବ, ଦୁର୍ବଳ ବୋଲି ହିଁ ତା’ ଉପରେ ରହିଛି ବିଶେଷ ସ୍ନେହ ।ଶାଶ୍ଵତ ସସ୍ମୃତିର ବିପୁଳତାରେ ହିନ୍ଦୋଳିତ ହୋଇ – କାରଣ ଏହି ସମ୍ମତିହିଁ ଆମ୍ଭେମାନେ ନିଜେ – ଆମ୍ଭେମାନେ ନୀରବରେ ସାନନ୍ଦ ଧ୍ୟାନ କରୁ ଅବ୍ୟୟ ନୀରବତାର ଆନନ୍ତ୍ୟକୁ, ସେଠାରେ ପୂର୍ଣ୍ଣ ଚେତନା ମଧ୍ୟରେ, ଅକ୍ଷୟ ସତ୍ତା ମଧ୍ୟରେ ସବୁକିଛି ସଂସିଦ୍ଧ, ତାହା ହେଲା ଊର୍ଦ୍ଧ୍ୱସ୍ଥ ଅଜ୍ଞୟର ଅପରୂପ ଦ୍ଵାର ।

ଆବରଣ ଛିନ୍ନ ହୋଇଯାଉଛି, ଅବନୀୟ ମହିମା ଉଦ୍ଘାଟିତ ହେଉଛି, ଆମ୍ଭେମାନେ ଅନିର୍ବଚନୀୟ ଆଲୋକ ଛଟାରେ ଆୟୁତ ହୋଇ ଏହି ଜଗତ୍ ନିମନ୍ତେ ଶୁଭବାଣୀ ନେଇ ଫେରି ଆସୁଛୁ ।

ହେ ଭଗବାନ୍ ! ତୁ ମୋତେ ଅସୀମ ସୁଖ ଦେଇଛୁ … । କେଉଁ ମନୁଷ୍ୟ, କେଉଁ ଘଟଣାର ଏପରି ଶକ୍ତି ଅଛି ଯେ ସେହି ସୁଖ ମୋଠାରୁ ଫେରାଇ ନେଇ ପାରିବ ?