Divine Light Online

ଧ୍ୟାନ ଓ ପ୍ରାର୍ଥନା

ଏପ୍ରିଲ୍ ୪, ୧୯୧୪

ହେ ପ୍ରଭୁ, ମୋ ଆରାଧନା ସାଗ୍ରହେ ତୋ ଆଡ଼କୁ ଉଠିଯାଉଛି, ମୋର ସମଗ୍ର ସତ୍ତା ଯେପରି ଗୋଟିଏ ଅଭୀପ୍ସା, ଗୋଟିଏ ଅଗ୍ନିଶିଖା ତୁଲ୍ୟ ତୋ ପାଖରେ ନିବେଦିତ ।

ହେ ଭଗବାନ୍, ହେ ପ୍ରଭୁ, ପ୍ରେମର ମଧୁର ସ୍ଵାମୀ, ତୁହିଁ ମୋ ମଧ୍ୟରେ ବାସ କରୁଛୁ, ତୁହିଁ ମୋ ମଧ୍ୟରେ ଅଭୀପ୍ସା କରୁଛୁ !
ଏହି ଶରୀର ତୋର ଯନ୍ତ୍ର, ଏହି ସଂକଳ୍ପ ତୋର ଦାସ, ଏହି ବୁଦ୍ଧି ତୋର ଆୟୁଧ, ସବୁକିଛି ହିଁ ତୁ, ତୋ ଛଡ଼ା ଅନ୍ୟ କିଛି ନାହିଁ ।