Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୧୨, ୧୯୧୩

ଗୋଟିଏ ସୃଷ୍ଟି ମଧ୍ୟରେ ଯେତେ ବେଳେ କୌଣସି ଚେଷ୍ଟା ରହେ ନାହିଁ, ସେତେବେଳେ ତାହା ହୋଇଉଠେ ଅତି ସରଳ, ଫୁଲ ଯେପରି ଫୁଟେ ସେହିପରି ସରଳ – ଯେତେବେଳେ ଫୁଲ ତାହାର ସୌନ୍ଦର୍ଯ୍ୟ ପ୍ରକାଶ କରେ, ତାହାର ସୌରଭ ବିଛୁରିତକରେ ବାଗାଡ଼ମ୍ବର ନ କରି ବା ରୂଢ଼ ଅଙ୍ଗଚାଳନା ନ କରି । ଆଉ ଠିକ୍ ଏହି ସରଳତା ମଧ୍ୟରେ ହିଁ ରହିଛି ସବୁଠାରୁ ବଡ଼ ଶକ୍ତି, ଯେଉଁଶକ୍ତି ଏକେବାରେ ଅବିମିଶ୍ର ଏବଂ ଯାହାର ପରିଣାମ ଏକେବାରେ କୁପ୍ରତିକ୍ରିୟାବିହୀନ । ପ୍ରାଣଶକ୍ତି ସମ୍ବନ୍ଧରେ ସତର୍କ ରହିବ, କର୍ମ ସାଧନା ପଥରେ ଏହା ପ୍ରଲୋଭକ, ତା’ର ଫନ୍ଦିରେ ପଡ଼ିବାର ବିପଦ ସର୍ବଦା ରହିଛି; କାରଣ ସେ ଆଶୁଫଳ ଦେଖାଇ ତୁମର ପ୍ରୀତି ସମ୍ପାଦନ କରେ । ଆଉ କାର୍ଯ୍ୟଟିକୁ ଭଲଭାବରେ କରିବା ପାଇଁ ଉତ୍ସାହ ସହ ଆମ୍ଭେମାନେ ଏ ଶକ୍ତିର ସାହାଯ୍ୟ ଗ୍ରହଣ କରୁ । କିନ୍ତୁ ପରେ ଦେଖିପାରୁ ଯେ ତାହା କର୍ମକୁ ବିକର୍ମରେ ନେଇଚାଲିଛି ଏବଂ ଯାହାକିଛି କରାହୁଏ ତା’ ମଧ୍ୟରେ ଆଣିଛି ବିଭ୍ରାନ୍ତି ଓ ମୃତ୍ୟୁର ବୀଜ ।
ସରଳତା, ସରଳତା ! ତୋ ଉପସ୍ଥିତି କେତେ ନିର୍ମଳ ଓ ମଧୁର !