Divine Light Online

ଧ୍ୟାନ ଓ ପ୍ରାର୍ଥନା

ଏପ୍ରିଲ୍ ୨୩, ୧୯୧୪

ସକଳ ବିଧ-ନିଷେଧ ଲୋପ ପାଇଛି, ନିୟମ-ସଂଯମ ଅନ୍ତର୍ହିତ ହୋଇଛି, ସମସ୍ତ ଚେଷ୍ଟା ବନ୍ଦ ହୋଇଯାଇଛି; ମନେହୁଏ, ଏହା ମୋ ନିଜ ସଂକଳ୍ପ ଯୋଗୁଁ ନୁହେଁ ବା ମୋ ନିଜ ଅବହେଳା ଯୋଗୁଁ ନୁହେଁ, କିନ୍ତୁ ସକଳ ପରିସ୍ଥିତି ମିଳି ଏପରି କରିଛନ୍ତି । ମୋର ମନେହୁଏ ଏହି ଯେ ଆନ୍ତର ସଂକଳ୍ପଶକ୍ତି ଯାହାକି ସର୍ବଦା ଜାଗ୍ରତ୍ ଓ ନୌକାର କଧାର ତୁଲ୍ୟ, ତାହା ଯେପରି ନିଃଶେଷ ହୋଇଛି ଅଥବା ଶୋଇପଡ଼ିଛି; ଆଉ ମୋର ସତ୍ତା ଯେପରି ଶାନ୍ତିପୂର୍ବକ ତୋ ଚରଣରେ ନିଜକୁ ସମର୍ପି ଦେଇଛି, ସ୍ରୋତର ଗତିରେ ନିଜକୁ ଛାଡ଼ି ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବୋଧହୁଏ ମୋର ଗତିଧାରା ଚାଲିଛି ଗୋଟିଏ ସରଳ ରେଖାରେ ଏବଂ ହେ ଭଗବାନ୍, ମୁଁ ଏହି ଆଶା ରଖୁବି ଯେ ତୁହିଁ ସ୍ରୋତର ଚାଳକ;ତେବେ ଯଦି କୌଣସି ଦିନ ମୋର ଅତ୍ୟଧିକ ନିୟମବଦ୍ଧତା, ସୁନମ୍ୟତା ଓ ସ୍ୱତଃ ସ୍ଫୁର୍ଭତାର ଅଭାବଜନିତ ଦୋଷ ଥୁ, ବର୍ତ୍ତମାନ କିନ୍ତୁ ବିପରୀତ ଦିଗରେ ଅତ୍ୟଧୁତାର ଦୋଷ ଘଟିଛି । କିନ୍ତୁ ମୁଁ ଯେଉଁ ଅବସ୍ଥାରେ ଅଛି, ଶାନ୍ତ ଭାବରେ ସେହି ଅବସ୍ଥାକୁ ଗ୍ରହଣ କରିଛି ଏବଂ ନିଜକୁ ମୁଁ ବର୍ତ୍ତମାନ କହୁଛି ଯେ, ତୁ ଯେବେ ବିବେଚନା କରିବୁ ଠିକ୍ ସମୟ ହୋଇଛି, ସେତେବେଳେ ତୁ କୃପା କରି ମୋତେ ପ୍ରଦାନ କରିବୁ ସେହି ଯଥାର୍ଥ ପରମ ଚେତନା ।

ଏହି ସମସ୍ତ ଚଳଶୀଳ ଜଗତକୁ ଦେଖୁଛି ଗୋଟାଏ ନାଟକ ତୁଲ୍ୟ, ଦୃଶ୍ୟ ପରେ ଦୃଶ୍ୟ ଖୋଲିଯାଉଛି, ମୁଁ ମଧ୍ୟ ଏହି ନାଟକରେ ଭାଗ ନେଉଛି ସମାନ ଶକ୍ତି ଓ ଉତ୍ସାହ ସହ, ବିଶ୍ଵାସ କରୁଛି ଏହା ଯେପରି ଗୋଟିଏ ଯଥାର୍ଥ ଓ ମୂଲ୍ୟବାନ୍ କିଛି ବସ୍ତୁ । ଏହି ସବୁକିଛି ହିଁ ଏକେବାରେ ନୂତନ । ତେବେ ଏକଥା ନିଶ୍ଚୟ ସତ୍ୟ ଯେ ମୋ ମନ ଓ ହୃଦୟସଂପୂର୍ଣ୍ଣ ରୂପେ ଏପରି କେବେ ବି ଶାନ୍ତ ହୋଇ ନ ଥିଲା । ଏହାର ପରିଣାମ କ’ଣ ହେବ ମୁଁ ଜାଣେ ନାହିଁ । କିନ୍ତୁ ହେ ଭଗବାନ୍, ତୋଠାରେ ବିଶ୍ଵାସ ରଖୁଛି; ତୁହିଁ ଜାଣୁ ତୋ ଯନ୍ତ୍ରକୁ କିପରି ଭାବରେ ବ୍ୟବହାର କରିବାକୁ ହୁଏ, କି ଭାବରେ ପରିପୁଷ୍ଟ କରିବାକୁ ହୁଏ ।