Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୮, ୧୯୧୪

କର୍ମ ମଧ୍ୟରେ ଯେଉଁ ଆନନ୍ଦ ତାହାର ପ୍ରତିପୂରଣ ଓ ସାମ୍ୟରକ୍ଷା କରେ ଅନ୍ୟଦିଗରେ ସକଳ କର୍ମନିବୃତି ମଧ୍ୟରେ ରହିଛି ଯେଉଁ ବୃହତ୍ତର ଆନନ୍ଦ – ଏହି ଦୁଇଟି ଅବସ୍ଥା ଯେତେବେଳେ ଆଧାର ମଧ୍ୟରେ ପର୍ଯ୍ୟାୟକ୍ରମେ ଦେଖାଦିଏ ଅଥବା ଯୁଗପତ୍ ସଚେତନ ହୋଇଉଠେ, ସେତେବେଳେ ହିଁ ଆନନ୍ଦ ପୂର୍ଣ୍ଣତା ପ୍ରାପ୍ତ ହୁଏ, କାରଣ ହେ ଭଗବାନ୍, ସେଠାରେ ହିଁ ତୋର ପରିପୂର୍ଣ୍ଣତା ।

ହେ ଭଗବାନ୍ ! ତୁ ମୋତେ ଦେଇଛୁ ଦିବ୍ୟଧାମର ଅଫୁରନ୍ତ ଧ୍ୟାନଧାରା ଓ ତୋ ଆନନ୍ତ୍ୟର ପୂର୍ଣ୍ଣ ପ୍ରଶାନ୍ତି; ଆଉ ସର୍ବସିଦ୍ଧିଦାତ୍ରୀ ମା ଭଗବତୀଙ୍କ ସଙ୍ଗେ ମୋତେ ଏକାମ୍କରି ଧରିଛୁ ଯେପରି ମୁଁ ସର୍ବଦା ଜାଗ୍ରତ୍ ରହିପାରେ ଏବଂ ତାଙ୍କର ପରମାଶକ୍ତିର ଅଂଶରୂପେ କର୍ମ କରି ଚାଲିପାରେ ।

ତୋ ଆନନ୍ତ୍ୟର ସର୍ବଶକ୍ତିମୟ ଆନନ୍ଦରେ ଭରପୂର ହୋଇ ତୋତେ ପ୍ରଣାମ କରୁଛି ।