Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୧୦, ୧୯୧୪

ହେ ଭଗବାନ୍, ତୋର ମଧୁର ଆନନ୍ଦ ମୋ ହୃଦୟକୁ ପୂର୍ଣ୍ଣ କରିଦେଇଛି, ତୋର ନୀରବ ଶାନ୍ତି ମୋ ମନରେ ରାଜତ୍ଵ କରୁଛି । ସବୁକିଛି ବର୍ତ୍ତମାନ ବିଶ୍ରାନ୍ତି, ଏକାଗ୍ରତା, ଶକ୍ତି, ଜ୍ୟୋତି ଓ ପ୍ରଶାନ୍ତି; ଏବଂ ସେ ସବୁ ର କୌଣସି ସୀମା ନାହିଁ, କୌଣସି ଖଣ୍ଡତାନାହିଁ । କ’ଣ କେବଳ ପୃଥିବୀ ନା ସମଗ୍ର ବିଶ୍ଵ ମୋ ଭିତରେ ବାସ କରୁଛି, – ମୁଁ ଠିକ୍ଜାଣେ ନାହିଁ । କିନ୍ତୁ ଏ ଚେତନା ଭିତରେ ତୁହିଁ ରହିଛୁ ହେ ଭଗବାନ୍, ତୁହିଁ ଏହାକୁ ସଂଜୀବିତ କରି ରଖୁଛୁ; ତୁହିଁ ଦେଖୁଛୁ, ତୁହିଁ ଜାଣୁଛୁ, ତୁହଁ କାର୍ଯ୍ୟ କରୁଛୁ । ଏକ ମାତ୍ର ତୋତେ ହିଁ ମୁଁ ସର୍ବତ୍ର ଦେଖୁଛି, ବରଂ ଆଜି ଆଉ ମୁଁ ବୋଲି କିଛି ନାହିଁ, ସବୁ ହିଁ ଏକ ଏବଂ ସେହି ଏକତ୍ଵ ହେଉଛୁ ତୁ ।

ଜୟ ହେଉ ତୋର, ହେ ପ୍ରଭୁ, ହେ ବିଶ୍ଵର ଅଧୁରାଜ, ପ୍ରତ୍ୟେକ ବସ୍ତୁ ମଧ୍ୟରେ ତୁ ସମୁଜ୍ଜଳ ।