Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୧୫, ୧୯୧୩

ନୀରବତା ଓ ନିର୍ଜନତାରେ ଯେ ପୂର୍ଣ୍ଣ ଧ୍ୟାନସିଦ୍ଧି କରିଛି, ସେ ଅବସ୍ଥା ସେ ଲାଭ କରିଛି ନିଜକୁ ନିଜ ଶରୀରରୁ ପୃଥକ୍ କରିଦେଇ, ନିଜକୁ ବିଯୁକ୍ତ କରିଦେଇ, ଫଳରେ ଏହି ଶରୀର ଯେଉଁ ଉପାଦାନରେ ଗଠିତ ତାହା ଠିକ୍ ପୂର୍ବପରି ଅଶ୍ରୁଦ୍ଧ ଓ ଅପୂର୍ଣ୍ଣ ରହିଯାଏ, କାରଣ ତାକୁ ଛାଡ଼ି ଦିଆହୁଏ ସେ ଯେପରି ଥିଲା ସେହିପରି ପଡ଼ି ରହିବାକୁ । ଗୋଟାଏ ଭ୍ରାନ୍ତ ଅଧ୍ୟାତ୍ମ-ସ୍ପୃହା, ସ୍ଥୁଳାତୀତ ଐଶ୍ଵର୍ଯ୍ୟ ପ୍ରତି ଆକର୍ଷଣ, ବ୍ୟକ୍ତିଗତ ତୃପ୍ତି ସକାଶେ ତୋ ସଙ୍ଗେ ମିଳନର ଅହଂପୂର୍ଣ୍ଣ ଆକାଂକ୍ଷା, ଏହିସବୁ କାରଣ ରୁ ମନୁଷ୍ୟ ପାର୍ଥିବ ଜୀବନର ସାର୍ଥକତାରୁ ମୁହଁ ଫେରାଇନିଏ, ଜଡ଼ର ଶୁଦ୍ଧି ଓ ରୂପାନ୍ତର-ସାଧନର ଯେଉଁ ବ୍ରତ ସେଥିରୁ କାପୁରୁଷ ପରି ପଛଘୁଞ୍ଚା ଦିଏ; ଆମ ସତ୍ତାର ଗୋଟିଏ ଅଂଶ ସର୍ବ ତୋଭାବେ ଶୁଦ୍ଧ, ଏହି ଜ୍ଞାନ ଓ ଏହି ଅଂଶଟି ସଙ୍ଗେ ସଂଯୋଗ ଓ ଏକାତ୍ମତା ଆମର ଉପକାରରେ କେବଳ ସେତିକିବେଳେ ଆସି ପାରେ ଯେତେବେଳେ ସେହି ଜ୍ଞାନ ପ୍ରୟୋଗ କରାହୁଏ ପାର୍ଥିବ ରୂପାନ୍ତରକୁ ଦ୍ରୁତତର କରିବାରେ ଓ ତୁମର ସୁମହାନ୍ କର୍ମର ସଂସିଦ୍ଧି ନିମନ୍ତେ ।