Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୧୬, ୧୯୧୪

ଶୁଣ ସେହି କର ଯାହା ଉତ୍ଥିତ ହେଉଛି, ଶୁଣ ସେହି ଗାନ ଯାହା ଦିବ୍ୟ ଉଷାକୁ ବରଣ କରୁଛି ।

ତୋର ପରମ ଦିବ୍ୟବିଧାନ ପୂର୍ଣ୍ଣ ହେଉ, – ତାହା ଯଦି ବିଶ୍ଵଗତ ଶାଶ୍ୱତ ସତ୍ତା ହୁଏ ଅଥବା ଅସତ୍ ମଧ୍ୟରେ ପୁନର୍ବିଲୟ ହୁଏ, ସେଥିରେ ଯାଏ ଆସେ କ’ଣ ? ଦୁଇଟି ମରୁ କ’ଣ ଗୋଟିଏ ବାଛି ନେବାକୁ ହେବ ? ମୁଁ ତାହା କରିପାରିବି ନାହିଁ । ମୋ ଚେତନାରେ କୌଣସି ପକ୍ଷପାତ ନାହିଁ ଏବଂ ଗୋଟିଏ ମାତ୍ର ସଂକଳ୍ପ ଜାଗ୍ରତ୍ ହୋଇଛି; ତାହା ତୋର ହିଁ ସଂକଳ୍ପ, ହେ ଅନିର୍ବଚନୀୟ !

ସମଗ୍ର ବିଶ୍ୱ ଗୋଟିଏ ସ୍ତବ ମାତ୍ର, ତାହା କ୍ରମଶଃ ବିଶାଳତର ଓ ସୁଷମତର ହୋଇଚାଲିଛି ତୋ ଦିବ୍ୟ-ଉଷାକୁ ବରଣ କରିବା ନିମନ୍ତେ ।