Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୩, ୧୯୧୨

ତୋ ଦିବ୍ୟଜ୍ୟୋତିଃ ମୋ ଭିତରେ ଗୋଟିଏ ଜୀବନ୍ତ ଅଗ୍ନିଶିଖା ତୁଲ୍ୟ ଜଳୁଛି ଆଉ ତୋ ଦିବ୍ୟପ୍ରେମ ମୋ ଭିତରେ ପ୍ରବେଶ କରୁଛି । ମୁଁ ମୋ ସମସ୍ତ ସତ୍ତା ସହ ଅଭୀପ୍ସା କରୁଛି ଯେ ତୁ ଏହି ଶରୀରରେ ଏକଚ୍ଛତ୍ର ଅଧୀଶ୍ୱର ହୋଇ ରାଜତ୍ୱ କର, ଏହି ଦେହ ହେବାକୁ ଚାହେଁ ତୋର ଅନୁଗତ ଯନ୍ତ୍ର, ତୋର ବିଶ୍ୱସ୍ତ ସେବକ ।