ତୋ ମଧରେ, ତେ କାର୍ଯ୍ୟ ମଧ୍ୟରେ ଯୁଗପତ୍ ନିମଗ୍ନ ରହିବାକୁ…ବ୍ୟକ୍ତିବିଶେଷରୂପେ ସୀମାବଦ୍ଧ ହୋଇ ନ ରହିବାକୁ… ଗୋଟିଏ ବିନ୍ଦୁକୁ ଆଶ୍ରୟ କରି ତୋର ଅସୀମ ଶକ୍ତି ସିନ୍ଧୁ ହୋଇଉଠିବାକୁ… ସକଳ ଶୃଙ୍ଖଳ ଓ ସକଳ ସଂକୀର୍ତ୍ତିତା ହସ୍ତରୁ ମୁକ୍ତିଲାଭ କରିବାକୁ … ସକଳ ବାଧକ ଚିନ୍ତାର ଊର୍ଦ୍ଧ୍ୱରେ ଉଠିଯିବାକୁ… କର୍ମ କରିବାକୁ ଏବଂ କର୍ମର ଉର୍ଦକୁ ଉଠିଯିବାକୁ… ବ୍ୟକ୍ତି ମଧ୍ୟରେ ଏବଂ ବ୍ୟକ୍ତି ସକାଶେ କର୍ମ କରିବାକୁ କିନ୍ତୁ ସେହି ଅଦ୍ୱିତୀୟ
ଏକତ୍ଵର ବୋଧ ରଖୁକୁ – ପ୍ରେମର ଏକତ୍, ଜ୍ଞାନର ଏକତ୍, ସତ୍ତାର ଏକତ୍ତ୍ୱ – ମୁଁ ଚାହେଁ । ହେ ମୋର ଦିବ୍ୟପ୍ରଭୁ, ଶାଶ୍ଵତ ଗୁରୁ, ଏକ ମାତ୍ର ସଦ୍ବସ୍ତୁ, ଏହି ଆଧାରରୁ ସକଳ ଅନ୍ଧକାର ଦୂର କର, ଏହାକୁ ତୁ ଗଢ଼ିଛୁ ତୋର ସେବା ସକାଶେ, ଜଗତରେ ତୋର ଅଭିବ୍ୟକ୍ତି ସକାଶେ । ଏହା ମଧ୍ୟରେ ଗଢ଼ିତୋଳ ସେହି ବାସ୍ତବ ପରାଚେତନା ଯାହାଠାରୁ ସର୍ବତ୍ର ଅନୁରୂପ ଚେତନା ଜନ୍ମ ଗ୍ରହଣ କରିବ ।
ହେ ଭଗବାନ୍, ଏହାହିଁ କର, ନିତ୍ୟ ପରିବର୍ତ୍ତନଶୀଳ ଏହି ବାହ୍ୟ ଦୃଶ୍ୟାବଳିକୁ ଆଉ ଯେପରି ନ ଦେଖେ, ବରଂ ତୋର ଏକ ମାତ୍ର ଅପରିବର୍ତ୍ତନୀୟ ଏକତ୍ୱକୁହଁ ସର୍ବତ୍ର ଓ ସକଳ ବସ୍ତୁରେ ଦେଖୁପାରେ ।
ହେ ଭଗବାନ୍, ଅପ୍ରତିହତ ମିନତି ସହ ମୋର ସମସ୍ତ ସତ୍ତା ତୋତେ ଡାକୁଛି;ତୁ କ’ଣ ଚାହୁଁ ନାହିଁ ମୁଁ ମୋର ସର୍ବାଙ୍ଗ ଚେତନାରେ ତୁହିଁ ହୋଇ ଉଠିବାକୁ, ଯେହେତୁ ମୂଳତଃ ମୁଁ ହିଁ ତୁ ଏବଂ ତୁହିଁ ମୁଁ ?