ନିରନ୍ତର କାହିଁକି ଏହି ବୋଧ ଯେପରି ବ୍ୟତିବ୍ୟସ୍ତତାରେ ଓ କାହାର ପ୍ରତୀକ୍ଷାରେ ରହିଛି ? ସତ୍ତା ସମ୍ପୂରୂପେ ତୋ ଆଡ଼କୁ ଫେରିଛି ଓ ଦିବ୍ୟ ଅନ୍ତରଙ୍ଗତାର ପରମ ଆନନ୍ଦ ମଧ୍ୟରେ ନିବାସ କରୁଛି । ସବୁକିଛି ସ୍ଥିର, ନିର୍ମଳ, ସମର୍ଥ, ସର୍ବତୋ ଭାବେ ଶାନ୍ତିମୟ । ବୃହତ୍ତର ପ୍ରସାର ମଧ୍ୟରେ ସବୁକିଛି ଜ୍ୟୋତିର୍ମୟ, ଏବଂ ଧ୍ୟାନର ନୀରବତା ମଧ୍ୟରେ ନିଷ୍ଠାବି ତୀବ୍ରତର । ତା’ହେଲେ, ଏ ଅନୁଭବଟି କ’ଣ, ଆଧାର ଉପରେ ଯେପରି ଏହାକୁ ଚାପି ଦିଆଯାଇଛି – ଜଡ଼ କ୍ଷେତ୍ରରେ ଯେଉଁ ଚେତନା ଯଥେଷ୍ଟ ଜାଗ୍ରତ୍ ହୋଇ ନାହିଁ, ତାକୁ ସାବଧ୍ୟାନ କରିଦେବା ନିମନ୍ତେ ଏହା କ’ଣ ପ୍ରହରୀ ତୁଲ୍ୟ ?
ହେ ଭଗବାନ୍ ! ମୁଁ ଏହା ପଚାରୁଛି ସତ, କିନ୍ତୁ ମୁଁ ଜାଣେ, ଏହାର କାରଣ ଯଦି ମୋ ପକ୍ଷରେ ଜାଣିବା ପ୍ରୟୋଜନ ତେବେ ତୁ ମୋତେ ତାହା ଆଗରୁହଁ କହି ଦେଇଛୁ, କେବଳ ମୋର ଅସାମର୍ଥ୍ୟ ଯୋଗୁଁ ମୁଁ ତାହା ଧରିପାରୁ ନାହିଁ । ଅଥବା ମୋ ପକ୍ଷରେ ହୁଏତ ତାହା ଜାଣିବାର କୌଣସି ପ୍ରୟୋଜନ ନାହିଁ ବା କୌଣସି ସାର୍ଥକତା ନାହିଁ, ଏବଂ ଏପରି କ୍ଷେତ୍ରରେ ମୋ ପ୍ରଶ୍ନର କୌଣସି ଉତ୍ତର ମିଳେ ନାହିଁ ।…
କିନ୍ତୁ ଶାନ୍ତି ସର୍ବଜୟୀ ହୋଇଉଠୁଛି, ଗୋଟିଏ ଅସୀମ ସୁସଂଗତି ମଧ୍ୟରେ ଆଧାର ତାହାର ପୂର୍ଣ୍ଣତମ ପରିସର ଲାଭ କରୁଛି ।
ହେ ଭଗବାନ୍ ! ଏକାନ୍ତ ଆକୁଳତା ସହ ତୋତେ ମୁଁ ପ୍ରଣାମ କରୁଛି !