Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୧୯, ୧୯୧୪

ହେ ଭଗବାନ୍, ତୋ ନିଜ ସୃଷ୍ଟିର ତୁହିଁ ସର୍ବଶକ୍ତିମାନ୍ ଅଧୂପତି; ଏସବୁ ଯନ୍ତ୍ର ସେମାନଙ୍କର ଅତି ସଂକୀର୍ଣ୍ଣ ଗଣ୍ଡିର ସୀମାରେଖା, ସେମାନଙ୍କର ଅତି ଦୃଢ଼ବଦ୍ଧ, ଅତି ଇତର ସୀମାବନ୍ଧନ କାଟି ଯେପରି ବାହାରକୁ ଚାଲି ଆସିବେ, ତାହାହିଁ କର । ତୋ ଅସୀମ ଶକ୍ତିର ଗୋଟିଏ କଣାକୁ ପ୍ରକାଶ କରିବା ଲାଗି ପ୍ରୟୋଜନ ମାନବୀୟ ସମ୍ଭାବନାର ଯାବତୀୟ ସମ୍ପଦ… । ରୁଦ୍ଧ ଦୁଆର ଖୋଲି ଦେ, ଆବୃତ ଉତ୍ସକୁ ଫିଟି ବାହାରିଯିବାକୁଦେ, ତୋରି ବାକ୍-ବୈଭବର, ତୋରି ସୌନ୍ଦର୍ଯ୍ୟର ଖରସ୍ରୋତ ସାରା ଜଗତରେ ପରିବ୍ୟାପ୍ତହେଉ । ଆଣ ପ୍ରସାରିତା ଓ ମହତ୍ତ୍ୱ, ଆଣ ମହିମା ଓ ସୌନ୍ଦର୍ଯ୍ୟ, ଆଣ ସୁଷମା ଓ ଐଶ୍ଵର୍ଯ୍ୟ, ଆଣ ବୈଚିତ୍ର୍ୟ, ଆଣ ଶକ୍ତି ଭଗବାନ୍ ଆତ୍ମପ୍ରକାଶ କରିବାକୁ ଉଦ୍ୟତ ।

ହେ ମୋର ମଧୁମୟ ରାଜାଧୁଜ, ତୁହିଁ ଆମ ଭାଗ୍ୟର ପରମ ନିୟନ୍ତା, ତୋ ନିଜ ସୃଷ୍ଟିର ତୁହିଁ ସର୍ବଶକ୍ତିମୟ ଅଧୂପତି ।

ଏହି ଯେଉଁ ଜଗତ୍, ଏହି ଯେତେସବୁ ଜୀବ, ଯେତେ ଅଣୁକଣା, ଏମାନେସମସ୍ତେ ତୋର, ସେମାନଙ୍କୁ ରୂପାନ୍ତରିତ କର, ଜ୍ୟୋତିର୍ମୟ କର ।