ହେ ଭଗବାନ, ତୋ ଆଗରେ ଆମେ ଉପସ୍ଥିତ, ତୋର ଇଚ୍ଛା ହିଁ ପୂର୍ଣ୍ଣ ହେଉ । ଆମ ମନର ସମସ୍ତ ବାଧା, ସମସ୍ତ ସଂଶୟ, ସମସ୍ତ ଦୁର୍ବଳତା, ସମସ୍ତ ସୀମା, ଯାହାକିଛି ଆମ ଚେତନାକୁ ଆବୃତ କରେ, ଆମ ବୁଦ୍ଧିକୁ ଆଚ୍ଛନ୍ନ କରେ, ଏସବୁକୁ ଦୂର କରିଦେ ।
ତୋ ଚେତନା ପାଇଁ ମୁଁ ତୃଷିତ, ଅକର୍ମ ମଧ୍ୟରେ ନୁହେଁ, ସ୍ଥୂଳ କର୍ମଠାରୁ ଦୂରେଇଯାଇ ନୁହେଁ, ତୋରି ଇଚ୍ଛାକୁ ସର୍ବ ତୋ ଭାବେ, ଚୂଡ଼ାନ୍ତଭାବେ, ନିଦୋଷ ଭାବେ ପରିପୂର୍ଣ୍ଣକରି ତୋ ସହ ମିଳନ ପାଇଁ ମୁଁ ତୃଷାତୁର ।
ପୃଥିବୀ ଉପରେ ଏଇ ଯେଉଁ ଅନ୍ଧକାର ନଇଁ ଆସିଛି ତାକୁ ଭେଦ କରି ଫୁଟିଉଠୁ ତୋର ମହାନ୍ ଜ୍ୟୋତି ।