ହେ ଭଗବାନ୍ ! ଆମ୍ଭେମାନେ ପୂର୍ଣ୍ଣ ଚେତନା ନିମନ୍ତେ ଅଭୀପ୍ସା କରୁଛୁ ।…
ସମଗ୍ର ସତ୍ତାଟି ସଂହତ ହୋଇଉଠିଛି ନାନାବିଧ ଅଥଚ ପୂର୍ଣ୍ଣରୂପେ ସୁସମଞ୍ଜସ ପୁଷ୍ପରାଜି ଦ୍ଵାରା ଦୃଢ଼ରୂପେ ବନ୍ଧା ହୋଇଥିବା ଗୋଟିଏ ମାଳା ତୁଲ୍ୟ । ଯେଉଁ ହସ୍ତ ଏହି ଫୁଲଗୁଡ଼ିକୁ ସଜାଇଛି, ଯେଉଁ ସୂତାରେ ମାଳାଟି ଗୁନ୍ଥା ହୋଇଛି ତାହା ହେଲା ସଂକଳ୍ପଶକ୍ତି ।ସେ ହସ୍ତ ବର୍ତ୍ତମାନ ପ୍ରସାରିତ ଏହି ସୁରଭିତ ଅର୍ଘ୍ୟଟି ତୋତେ ସମର୍ପଣ କରିବା ନିମନ୍ତେ । ତୋ ଆଡ଼କୁ ହଁ ଏହା ପ୍ରସାରିତ – ତା’ର ଶ୍ରାନ୍ତି ନାହିଁ, କ୍ଲାନ୍ତି ନାହିଁ ।