Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୧, ୧୯୧୪

ହେ ଭଗବାନ୍, ଭକ୍ତି ଓ ଆନନ୍ଦ ସହ ତୋତେ ପ୍ରଣତି ଜଣାଉଛି । ତୋ ନିକଟରେ ଆମର ଆଦାନ ପ୍ରତିନିୟତ ନୂତନୀକୃତ ଯଦ୍ଦ୍ୱାରା ପୃଥିବୀ ଉପରେ ଏବଂ ବିଶ୍ୱରେ ସର୍ବତ୍ର ତୋ ଇଚ୍ଛା ପୂର୍ଣ୍ଣ ହେବ ।

ହେ ଭଗବାନ୍, ତୋତେ ଯେତେବେଳେ ଫେରି ଚାହେଁ, ସେତେବେଳେ ଆମର ଚିନ୍ତା ମୂକ, କିନ୍ତୁ ହୃଦୟ ଉଚ୍ଛସିତ – କାରଣ, ପ୍ରତ୍ୟେକ ବସ୍ତୁ ମଧ୍ୟରେ ଦେଖୁତୁ ଜାଜ୍ଜଲ୍ୟମାନ, ଏବଂ ସାମାନ୍ୟ ବାଲୁକାକଣା ଅବଧୂ ତୋ ଆରାଧନାର ସୁଯୋଗ ହୋଇପାରେ ।

ତୋ ପାଖରେ ଆମ୍ଭେମାନେ ପ୍ରଣତ, ହେ ଭଗବାନ୍, ତୋ ସହ ଏକ ହୋଇଯାଉ ଏପରି ପ୍ରେମ ସହ ଯାହା ସୀମାହୀନ ଅନିର୍ବଚନୀୟ ମହାନନ୍ଦରେ ପରିପୂର୍ଣ୍ଣ ।

ହେ ଭଗବାନ୍, ସମସ୍ତଙ୍କୁ ସେହି ପରମାନନ୍ଦ ପ୍ରଦାନ କର ।