Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୧୦, ୧୯୧୪

ପ୍ରେମ ତୋର ଉଚ୍ଛେସିତ ଜୁଆର ତୁଲ୍ୟ ସମଗ୍ର ସତ୍ତାକୁ ଘେରି ରହିଛି ଏବଂ ସମସ୍ତ ବସ୍ତୁକୁ ପ୍ଳାବିତ କରୁଛି । ହେ ପ୍ରଭୁ ! ତୋ ପ୍ରେମ ସକଳ ହୃଦୟରେ ପ୍ରବେଶ କରିବ ଏବଂ ସେଠାରେ ଜାଗ୍ରତ୍ କରିବ ସେହି ଦିବ୍ୟ- ଅଗ୍ନିଶିଖା ଯାହା ଅନିର୍ବାଣ, ସେହି ଦିବ୍ୟସୁଷମା ଯାହା ଅପରିବର୍ତ୍ତନୀୟ, ଏବଂ ସକଳ ବୈଋତ୍ୟ ଓ ସକଳ ବୈପରୀତ୍ୟ ଅତିକ୍ରମ କରି ସମସ୍ତଙ୍କ ମଧ୍ୟରେ ସେ ସ୍ଥାପନ କରିବ ସେହି ଅକ୍ଷୟ ଆନନ୍ଦ ଯାହା ପରମ ମଙ୍ଗଳମୟ ।

ଜ୍ୟୋତି ତୋର ଉଚ୍ଛେସିତ ଜୁଆର ତୁଲ୍ୟ ସମଗ୍ର ସତ୍ତାକୁ ଘେରି ରହିଛି ଏବଂ ସମସ୍ତ ବସ୍ତୁକୁ ପ୍ଳାବିତ କରୁଛି । ହେ ପ୍ରଭୁ ! ତୋ ଜ୍ୟୋତି ସକଳ ମନରେ ପ୍ରବେଶ କରିବ ଏବଂ ସେଠାରେ ଜାଗ୍ରତ୍ କରିବ ସେହି ପରମ ସ୍ଵଚ୍ଛତା ଯାହା ନିଷ୍ପମ୍ପ, ସେହି ଦିବ୍ୟଦୃଷ୍ଟି ଯାହା ଏକେବାରେ ନିର୍ଭୁଲ, ଏବଂ ସକଳ ବୈରୂଫ ଓ ସକଳ ବୈପରୀତ୍ୟ ଅତିକ୍ରମ କରି ସମସ୍ତଙ୍କ ମଧ୍ୟରେ ସେ ସ୍ଥାପନ କରିବ ତୋ ଜ୍ଞାନର ସେହି ପ୍ରଭା, ଯାହା ପରାଜ୍ଞାନ |

ଶକ୍ତି ତୋର ଉଚ୍ଛେସିତ ଜୁଆର ତୁଲ୍ୟ ସମଗ୍ର ସତ୍ତାକୁ ଘେରି ରହିଛି ଏବଂ ସକଳ ବସ୍ତୁକୁ ପ୍ଳାବିତ କରୁଛି । ହେ ପ୍ରଭୁ ! ତୋ ଶକ୍ତି ସକଳ ପ୍ରାଣରେ ପ୍ରବେଶ କରିବ ଏବଂ ସେଠାରେ ଜାଗ୍ରତ୍ କରିବ ସେହି ସଫଳ ସାମର୍ଥ୍ୟ ଯାହା ଅବ୍ୟର୍ଥ, ସେହି ଦିବ୍ୟବଳ ଯାହା ଅଜେୟ, ଏବଂ ସକଳ ବୈଋତ୍ୟ ଓ ସକଳ ବୈପରୀତ୍ୟ ଅତିକ୍ରମ କରି ସମସ୍ତଙ୍କ ମଧ୍ୟରେ ସେ ସ୍ଥାପନ କରିବ ତୋର ସେହି ସମୁଚ୍ଚ ସାମର୍ଥ୍ୟ ଯାହାକି ପରମ ସଂକଳ୍ପ ।