ହେ ପ୍ରଭୁ, ତୁହିଁ ମୋର ଆଶ୍ରୟ ଓ ମୋର ଆଶୀର୍ବାଦ, ମୋର ଶକ୍ତି, ମୋର ସ୍ୱାସ୍ଥ୍ୟ, ମୋ ଆଶା ଓ ସାହସ । ତୁହିଁ ପରମ ଶାନ୍ତି, ଅବିମିଶ୍ର ଆନନ୍ଦ ଓ ପୂର୍ଣ୍ଣ ଆତ୍ମପ୍ରସାଦ । ମୋର ସମଗ୍ର ଆଧାର ତୋ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣତ ଅସୀମ କୃତଜ୍ଞତା ଓ ଅବିଚ୍ଛିନ୍ନ ଆରାଧନା ସହ । ଏହି ଆରାଧନା ମୋ ହୃଦୟରୁ, ମୋ ମନରୁ ଉଠି ଚାଲିଛି ତୋ ଆଡ଼କୁ ଭାରତବର୍ଷର ସୁଗନ୍ଧିତ ବିଶୁଦ୍ଧ ଧୂପଶିଖା ପରି ।
ଲୋକଙ୍କ ପାଖରେ ମୁଁ ଯେପରି ତୋର ଆଗମନୀ ଘୋଷଣା କରିପାରେ, ଯାହାଫଳରେ ଯେଉଁମାନେ ପ୍ରସ୍ତୁତ ହୋଇଛନ୍ତି ସେମାନେ ଯେପରି ସେହି ଆନନ୍ଦ ଉପଭୋଗକରି ପାରିବେ ଯେଉଁ ଆନନ୍ଦ ତୁ ମୋତେ ପ୍ରଦାନ କରିଛୁ ତୋର ଅସୀମ କରୁଣାରେ । ତୋର ଶାନ୍ତି ପୃଥିବୀରେ ବିରାଜମାନ କରୁ ।