Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨୧, ୧୯୧୪

ସକଳ ପ୍ରକାଶର ବାହାରେ, ଶାଶ୍ୱତ ଅକ୍ଷୟ ନୀରବତା ମଧ୍ୟରେ ମୁଁ ତା ଭିତରେ ରହିଛି, ହେ ଭଗବାନ୍, ତୁ ଚିରସ୍ଥିର ଆନନ୍ଦ । ତୋର ଶକ୍ତି ଓ ଅନୁପମ ଜ୍ୟୋତିରୁ ଗୃହୀତ ଯେଉଁବସ୍ତୁ ଦେଇ ଜଡ଼ ପରମାଣୁସକଳର କେନ୍ଦ୍ର ଓ ବାସ୍ତବତା ଗଢ଼ା ହୋଇଛି ତା ଭିତରେ ମୁଁ ତୋତେ ହେଁ ଦେଖୁଛି । ସେଥିପାଇଁ ତୋର ଦିବ୍ୟସାନ୍ନିଧ୍ୟ ବର୍ଜନ ନ କରି ତୋର ପରାଚେତନାରେ ମୁଁ ବୁଡ଼ିଯାଇପାରେ ଅଥବା ତୋତେ ଦେଖୁପାରେ ମୋ ଆଧାରର ଜ୍ୟୋତିର୍ମୟ କଣାରାଜିର ମଧ୍ୟରେ । ଅନ୍ତତଃ ଏହି ସମୟ ପାଇଁ ଏହାହିଁ ତ ତୋ ଜୀବନର ଓ ତୋ ଦୀପନର ପରମ ପୂର୍ଣ୍ଣତା ।

ମୁଁ ତୋତେ ଦେଖୁଛି, ମୁଁ ହଁ ତୁ ସ୍ୱୟଂ, ଏହି ଦୁଇ ଶେଷପ୍ରାନ୍ତ ମଧ୍ୟରେ ମୋର ପ୍ରେମ ତୀବ୍ର ଆସ୍ପୃହା ନେଇ ତୋ ଆଡ଼କୁ ଯାଉଛି ।