Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୨୨, ୧୯୧୩

ତୋ ସମ୍ମୁଖରେ ନୀରବରେ କେତୋଟି ମୁହୂର୍ତ୍ତ କଟାଇବା ଶହ ଶହ ବର୍ଷର ଆନନ୍ଦଭୋଗ ସଙ୍ଗେ ସମାନ…

ପ୍ରଭୁ, ସମସ୍ତ ଅନ୍ଧକାର ଦୂର କରିଦେ, ମୁଁ ଯେପରି ନିଷ୍ଠା ଓ ପ୍ରଶାନ୍ତିର ସହ ଅଧିକରୁ ଅଧିକ ତୋର ଅନୁଗତ ସେବକ ହୋଇଉଠିପାରେ; ତୋ ସମ୍ମୁଖରେ ମୋର ଅନ୍ତର ହୋଇଉଠୁ ଏକ ବିଶୁଦ୍ଧ ସ୍ପଟିକ ପରି, ଯେପରି କି ତାହା ସର୍ବ ତୋ ଭାବେ ତୋତେହିଁ ପ୍ରତିଫଳିତ କରିବ ।

ତୋ ସମ୍ମୁଖରେ ନୀରବ ହୋଇ ରହିବା କି ମଧୁର !