Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୨୪, ୧୯୧୪

ହେ ପ୍ରେମମୟୀ ମା, ଏଇ ତ ତୁ ଆମ୍ଭମାନଙ୍କ ମଧ୍ୟରେ ଉପସ୍ଥିତ ! ମନେହୁଏ ଯେପରି ତୁ ତୋର ପୂର୍ଣ୍ଣ ସହଯୋଗ ସମ୍ବନ୍ଧରେ ଆମ୍ଭମାନଙ୍କୁ ନିଶ୍ଚିତ କରିଦେବାକୁ ଚାହୁଁ, ତୁ ଆମ୍ଭମାନଙ୍କୁ ଦେଖାଇ ଦେବାକୁ ଚାହୁଁ ଯେ ଯେଉଁ ଇଚ୍ଛାଶକ୍ତି ଆମ୍ଭମାନଙ୍କ ଭିତର ଦେଇ ନିଜକୁ ପ୍ରକାଶ କରିବାକୁ ଉସୁକ, ସେ ତାହାର ଆଧାରସକଳ ପାଇଛି, ଯେଉଁମାନେ ତା’ର ଦିବ୍ୟବିଧାନ ପାଳନ କରିବେ ତୋର ବର୍ତ୍ତମାନର ସମ୍ଭାବନା ସଙ୍ଗେ ପୂର୍ଣ୍ଣ ସାମଞ୍ଜସ୍ୟ ରଖ । ଯେଉଁସବୁ ବସ୍ତୁ ଦେଖାଯାଉଥା ଏକାନ୍ତ ଦୁରୂହ, ଅତ୍ୟନ୍ତ ଦୁର୍ଘଟ, ଏପରିକି ଏକେବାରେ ଅସମ୍ଭବ, ସେହିସବୁ ହୋଇଯାଇଛି ଏକାନ୍ତ ସୁସାଧ, କାରଣ ତୋର ଉପସ୍ଥିତି ଆମ୍ଭମାନଙ୍କୁ ଏହି ନିଶ୍ଚୟବୋଧ ଦେଉଛି ଯେ ଜଡ଼ଜଗତ୍ ବି ତୋର ଇଚ୍ଛାଶକ୍ତି ଓ ଦିବ୍ୟବିଧାନର ନବରୂପ ପ୍ରକାଶ କରିବାକୁ ପ୍ରସ୍ତୁତ ହୋଇଛି ।

ସର୍ବାଙ୍ଗସୁନ୍ଦର ସମନ୍ୱୟର ପୂର୍ଣ୍ଣ ଆନନ୍ଦରେ ତୋତେ ପ୍ରଣାମ କରୁଛି – ସ୍ଵାଗତ କରୁଛି ତୋତେ, ତୋର କର୍ମ ଓ ତୋର ଦିବ୍ୟନିୟମନକୁ ।