Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୨୮, ୧୯୧୪

ହେ ଭଗବାନ୍ ! ତୋ ସାନ୍ନିଧ୍ୟର ସ୍ତୁତିଗାନ କରିବାକୁ ଯାଇ ଲେଖନୀ ମୋର ମୂକ; କିନ୍ତୁ ତୁ ଯେପରି ଜଣେ ରାଜା, ତୋ ରାଜ୍ୟର ସମସ୍ତ ଅଧିକାର ତୁ ଗ୍ରହଣ କରିଛୁ । ବର୍ତ୍ତମାନ ତୁ ପ୍ରତ୍ୟେକ ପ୍ରଦେଶକୁ ସଂଗଠିତ, ଶ୍ରେଣୀବଦ୍ଧ, ବିକଶିତ ଓ ବଦ୍ଧିତ କରୁଛୁ;ଘୁମନ୍ତକୁ ଜାଗ୍ରତ୍ କରୁଛୁ, ଯେଉଁମାନେ ଜଡ଼ତା ମଧ୍ୟରେ ଡୁବି ଯାଉଥିଲେ ସେମାନଙ୍କୁ ସକ୍ରିୟ କରୁଛୁ, ସମସ୍ତଙ୍କୁ ସୁସଙ୍ଗତ କରୁଛୁ । ଦିନ ଆସିବ ଯେତେବେଳେ ଏହି ସୁସଙ୍ଗତି ପୂର୍ଣ୍ଣ ସିଦ୍ଧ ହେବ ଏବଂ ସେତେବେଳେ ସମଗ୍ର ସାମ୍ରାଜ୍ୟଟି ତାହାର ନିଜସ୍ଵ ଜୀବନଧାରା ଭିତର ଦେଇ ତୋର ବାଣୀ ଓ ଅଭିବ୍ୟକ୍ତିର ମୁଖପାତ୍ର ହେବ ।

କିନ୍ତୁ ଇତି ମଧ୍ୟରେ ତୋର ସ୍ତୁତିଗାନ କରିବାକୁ ଯାଇ, ହେ ଭଗବାନ୍, ଲେଖନୀ ମୋର ମୁକ ।