Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୨୪, ୧୯୧୪

ଅଭିବ୍ୟକ୍ତିର ଦିଗରୁ ଦେଖୁଲେ, ପୃଥିବୀ ଉପରେ କରଣୀୟ କାର୍ଯ୍ୟ ଦୃଷ୍ଟିରୁ ଦେଲେ, ଉଚ୍ଚ ନୀଚ ଶ୍ରେଣୀକ୍ରମ ପ୍ରୟୋଜନ । ଏହି ବିଶୃଙ୍ଖଳ ଜଗତରେ କୌଣସି ପ୍ରକାର ସୈରେଚ୍ଛାର ଚାପ ବ୍ୟତିରେକେ କ’ଣ ସେହି ବସ୍ତୁ ସ୍ଥାପନ କରାଯାଇପାରିବ ଯାହା ତୋ ବିଧାନ ସହିତ ସମ୍ପୂର୍ଣ୍ଣ ସଙ୍ଗତି ରକ୍ଷା କରିପାରିବ ? … ସାକ୍ଷିପୁରୁଷ ସ୍ଥିର, ଉଦାସୀନ, ପ୍ରଫୁଲ୍ଲ, ଏହି ଲୀଳା, ଏହି ଯେଉଁ ପ୍ରହସନ ଚାଲିଛି, ଏହାକୁ ଦେଖୁଛି, ପ୍ରଶାନ୍ତଭାବେ ସକଳ ଅବସ୍ଥା ମାନିନେଇ ଚାଲୁଛି ଏହି ଜ୍ଞାନ ସହ ଯେ ଯାହାସବୁ ହେବାଉଚିତ, ଏହି ଅବସ୍ଥା ସକଳ ସେସବୁ ର ଅସଂପୂର୍ଣ୍ଣ ପ୍ରତିଛାୟା ମାତ୍ର ।

କିନ୍ତୁ ହେ ଭଗବାନ୍, ମୋର ଭକ୍ତିପୁତ ହୃଦୟ ତୋ ଆଡକୁ ଯାଉଛି, ପ୍ରେମର ବିପୁଳ ଅଭୀପ୍ସା ସହ ତୋର ସାହାଯ୍ୟ ପ୍ରାର୍ଥନା କରୁଛି, ଯରା ଯାହା ଶ୍ରେୟତମ ତାହାହିଁ ଯେପରି ଘଟେ, ଯେତେ ବେଶୀ ସମ୍ଭବ ବାଧାବିପତ୍ତି ଅତିକ୍ରମ କରାଯାଇପାରେ, ଏବଂ ଯେତେଦୂର ସମ୍ଭବ ଅନ୍ଧକାର ଦୂର କରାଯାଇପାରେ ଏବଂ ଯେତେଦୂର ସମ୍ଭବ ଅହଂମୂଳକ ଦୁଷ୍ପବୁଦ୍ଧିକୁ ଜୟ କରାଯାଇପାରେ । ବର୍ତ୍ତମାନ ଅବସ୍ଥାର ବିଶୃଙ୍ଖଳା ମଧ୍ୟରେ ଯାହା ଶ୍ରେୟତମ ତାହାହିଁ ଘଟିବ କେବଳ ଏତିକି ନୁହେଁ, – କାରଣ ତାହା ସର୍ବଦା ହିଁ ଘଟିଥାଏ, – ବରଂ ପ୍ରୟୋଜନ ହେଲା ସେହି ଅବସ୍ଥା ସକଳକୁ ଆମ୍ଭମାନଙ୍କର ଅତୀତର ପ୍ରଯତ୍ନ ଅପେକ୍ଷା ଏକ ବିଶାଳତର ପ୍ରଯତ୍ନ ଦ୍ୱାରା ରୂପାନ୍ତରିତ କରିବା, ଯେଉଁଥିରେ ଗୁଣ ଓ ପରିମାଣ ଦିଗରୁ ଏକ ନୂତନ ଶ୍ରେୟତମ, ଗୋଟିଏ ଏକେବାରେ ଅଭୂତପୂର୍ବ ଶ୍ରେୟତମକୁ ପ୍ରକାଶ କରାଯାଇ ପାରିବ ।

ତଥାସ୍ତୁ ।

ଭବିଷ୍ୟତ୍ ସମ୍ବନ୍ଧରେ ଆମ୍ଭମାନଙ୍କର ଯେଉଁ ଧାରଣା ଅଛି, ତାହାଦ୍ୱାରା ଭବିଷ୍ୟତକୁ ବିଚାର କରିବାକୁ ଚେଷ୍ଟା କରିବା, ତାହାକୁ ଭବିଷ୍ୟତର ଦୂରଦୃଷ୍ଟି ବୋଲି ଜାଣିବା ସର୍ବଦାହିଁ ଭୁଲ୍; କାରଣ ଏହି ଧାରଣାଟି ହେଲା ବର୍ତ୍ତମାନର, ଆଉ ଠିକ୍ ତାହା ଯେତିକି ପରିମାଣରେ ବ୍ୟକ୍ତି ନିରପେକ୍ଷ ହେବ, ସେହି ପରିମାଣରେ ତାହା ପାର୍ଥ ସମସ୍ୟାର ଯାବତୀୟ ଅଙ୍ଗ ମଧ୍ୟରେ ଭବିଷ୍ୟତର ନୁହେଁ, ବର୍ତ୍ତମାନର ପ୍ରତିଲିପି ହେବ । ବର୍ତ୍ତମାନ ଅବସ୍ଥାରୁ ଭବିଷ୍ୟତ୍ ଅବସ୍ଥା ସମ୍ବନ୍ଧ ଅନୁମାନ କରିବା ମାନୁଷୀ ତର୍କ- ବୁଦ୍ଧିର କ୍ରିୟା – ଯଦିଓ ଏହି ଅନୁଭବ କେବେ କେବେ ଅବଚେତନା ମଧ୍ୟରେ ପ୍ରବେଶ କରେ ଏବଂ ଆଧାର ମଧ୍ୟରେ ଅପରୋକ୍ଷ ଅନୁଭୂତି ରୂପେ ଦେଖା ଦେଇପାରେ । ବିତର୍କ ହେଲା ଗୋଟିଏ ମାନୁଷୀ ବୁଦ୍ଧି, ଅର୍ଥାତ୍ବ୍ୟକ୍ତିଗତ ଗୁଣ; ଏହି ବୁଦ୍ଧିଗତ ପ୍ରେରଣା ଅନନ୍ତ, ଅସୀମ ବା ଭଗବାନଙ୍କଠାରୁ ଆସେ ନାହିଁ । କେବଳ ସର୍ବଜ୍ଞାନଙ୍କ ମଧ୍ୟରେ, କେବଳ ଯେତେବେଳେ ଜ୍ଞାତା, କେୟ ଓ ଜ୍ଞାନଶକ୍ତିଏକ ହୋଇଯାଇଛି, ସେତେବେଳେହିଁ ଭୂତ, ବର୍ତ୍ତମାନ, ଭବିଷ୍ୟତ ଯାବତୀୟ ସମ୍ପର୍କୀବଳୀ ସମ୍ବନ୍ଧ ସଚେତନ ହେବା ସମ୍ଭବ, କିନ୍ତୁ ସେହି ଅବସ୍ଥାରେ ଭୂତ, ଭବିଷ୍ୟତ୍, ବର୍ତ୍ତମାନ ବୋଲି କିଛି ରହେ ନାହିଁ, ସବୁହିଁ ସେଠାରେ ନିତ୍ୟ ବର୍ତ୍ତମାନ, ଆଉ ଏହି ସମ୍ବନ୍ଧାବଳୀର ପ୍ରକାଶକ୍ରମ କେବଳ ପରାତ୍ପରଙ୍କ ପ୍ରେରଣା ଉପରେ, ଭାଗବତ ବିଧାନ ଉପରେ ନିର୍ଭର କରେ ନାହିଁ, କିନ୍ତୁ ନିର୍ଭର କରେ ଏହି ବିଧାନ ବିରୋଧରେ ବାହ୍ୟତମ ଜଗତ୍ କେତେଦୂର ବାଧା ଦିଏ, ତାହା ଉପରେ ମଧ୍ୟ । ଏହି ଦୁଇର ସମ୍ମିଶ୍ରଣରୁ ଜନ୍ମ ହୁଏ ପ୍ରକାଶର ଲୀଳା ।ଆଉ ମୋର ବର୍ତ୍ତମାନ ଚେତନାରେ ଯେତେଦୂର ଜାଣିବା ସମ୍ଭବ, ସେଥିରୁ ଦେଖୁଛି ଯେ ସେହି ସମିଶ୍ରଣ ହେଲା ଗୋଟାଏ ଅନିର୍ଦ୍ଦିଷ୍ଟ ବସ୍ତୁ । ଠିକ୍ ଏହିଠାରେ ତ ଲୀଳା ଏବଂ ଲୀଳାର ଅଭୂତପୂର୍ବତା ।…