Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୬, ୧୯୧୪

କ’ଣ ସେହିସବୁ କ୍ରାନ୍ତି, କ’ଣ ସେହିସବୁ ତ୍ରୁଟି, ଯେଉଁଗୁଡ଼ିକ ଉତ୍ସର୍ଗର ବାଧା –ତାକୁ ପୂର୍ଣ୍ଣରୂପେ ତୋ ନିକଟରେ ସ୍ୱାଗତଯୋଗ୍ୟ ହେବାକୁ ଦିଅନ୍ତି ନାହିଁ, ଅଖଣ୍ଡ ବଳିଦାନକୁ ତୋର ଗ୍ରହଣଯୋଗ୍ୟ ହେବାକୁ ଦିଅନ୍ତି ନାହିଁ ? … ଏ ଆଧାର ମଧ୍ୟରେ ଯହାସବୁ ସୀମାବଦ୍ଧ ହୋଇ ରହିଛି, ତୁ କ’ଣ ତାକୁ ଭାଙ୍ଗି ଦେବୁ ନି ?

ଭଗବାନ୍ ! ଜାଣେ, ବର୍ତ୍ତମାନ ପୃଥିବୀର ମହାସଂକଟ ସମୟ – ତୋର ପ୍ରତିଭୂ ହୋଇ ଯେଉଁମାନେ ତା’ ପାଖକୁ ଆସି ପାରିବେ, ସଂଘର୍ଷ ମଧ୍ୟରୁ ଗଢ଼ି ପାରିବେ ବୃହତ୍ତର ସମନ୍ୱୟ, ତମସାଚ୍ଛନ୍ନ କଦର୍ଯ୍ୟତା ମଧ୍ୟରୁ ଆବିଷ୍କାର କରିବେ ଦିବ୍ୟତର ସୌନ୍ଦର୍ଯ୍ୟ, ସେମାନେ ଯେପରି ନିଜ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରୁହନ୍ତି । ହେ ଭଗବାନ୍ ! ଚିରନ୍ତନଅଧୀଶ୍ୱର ! ତା ନିକଟରେ ଆମର ସାନୁନୟ ଅନୁରୋଧ, ଆମ ପ୍ରୟାସର ପ୍ରତ୍ୟୁତ୍ତରଦେ, ସେସବୁ ମଧ୍ୟରେ ଢାଳି ଦେ ତୋ ଆଲୋକ, ଆମକୁ ପଥ ଦେଖାଇ ଦେ, ଶକ୍ତିଦେ, ଯେପରି ଭିତରର ସକଳ ବାଧା ଜୟ କରିପାରୁ, ସକଳ ବିଘ୍ନ ଅତିକ୍ରମ କରିଯାଇପାରୁ ।

ହେ ମୋର ମଧୁମୟ ରାଜାରାଜ ! ତୋ ପାଦ ତଳେ ମୁଁ ପ୍ରଣତ, ମୋର ସମଗ୍ର ଆଧାର ତୋତେ ଚାହୁଁଛି, ତୋତେ ଉଚ୍ଚକଣ୍ଠରେ ଡାକୁଛି ସ୍ୱଳନ୍ତ ଐକାନ୍ତିକ ମିନତି ଜଣାଇ…ମୋତେ ମୋ ବ୍ୟକ୍ତିଗତ ଦୁର୍ବଳତାରୁ ମୁକ୍ତ କର ।