Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୧୫, ୧୯୧୫

ହେ ସତ୍ୟରୂପୀ ଭଗବାନ୍ ! ତୋ ପ୍ରକାଶ ନିମନ୍ତେ ଗଭୀର ବ୍ୟାକୁଳତା ସହ ବାରବାର କରି ତିନିବାର ମୁଁ ତୋତେ ଆବାହନ କରିଛି ।

ତା’ପରେ ସମଗ୍ର ସତ୍ତ ତାର ଅଭ୍ୟାସାନୁଯାୟୀ ତୋ ନିକଟରେ ନିଜକୁ ସଂପୂର୍ଣ୍ଣରୂପେ ସମର୍ପଣ କରିଦେଲା । ସେତେବେଳେ ଦେଖିଲି, ବ୍ୟଷ୍ଟିଗତ ମନୋମୟ, ପ୍ରାଣମୟ ଓ ଅନ୍ତମୟ ସତ୍ତା ଯେପରି ଧୂଳିରେ ଆବୃତ ହୋଇଛି, ଏବଂ ସେହି ସତ୍ତା ତୋ ସମ୍ମୁଖରେ ଆନତ ହୋଇ, ଭୂମି ଉପରେ ମସ୍ତକ ରଖ, ଧୂଳିଧୂସରିତ ହୋଇ କରୁଣଭାବେ ତୋତେ ପ୍ରାର୍ଥନା କଲା, “ହେ ଭଗବାନ୍ ! ଧୂଳିଗଠିତ ଏଇ ଆଧାର ତୋ ପାଦତଳେ ସାଷ୍ଟାଙ୍ଗ ପ୍ରଣତ, ସେ ପ୍ରାର୍ଥନା କରେ, ସତ୍ୟାଗ୍ନିରେ ସେ ଯେପରି ପୂର୍ଣ୍ଣଭାବେ ପ୍ରଜ୍ଜ୍ୱଳିତ ହୋଇଉଠେ, ଏବଂ ଏକ ମାତ୍ର ତୋତେ ହିଁ ପ୍ରକାଶ କରିପାରେ ।” ତା’ପରେ ତୁ ତାକୁ କହିଲୁ, ଉଠ, ଛିଡ଼ାହୁଅ, ସମସ୍ତ ପ୍ରକାର ଧୂଳିରୁ ତୁ ମୁକ୍ତ ।” ନିମିଷକ ମଧ୍ୟରେ ହଠାତ୍ତ୍ ସମସ୍ତ ଧୂଳି ଝଡ଼ିପଡ଼ିଲା, ଯେପରି ଶରୀରରୁ ବସ୍ତ୍ର ଖସିପଡ଼େ । ତା’ପରେ ଆଧାର ହେଲା ସମୁନ୍ନତ, କିନ୍ତୁ ସେହିପରି ବସ୍ତୁମୟ ଅଥଚ ପ୍ରଖର ଜ୍ୟୋତିଃର୍ମୟ ।