Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୪, ୧୯୧୪

ତୁ ପରମ ବୀର୍ଯ୍ୟ, ବିଜୟୀ ଶକ୍ତି, ତୁ ଶୁଦ୍ଧି, ସୌନ୍ଦର୍ଯ୍ୟ, ପୂର୍ଣ୍ଣ ପ୍ରେମ । ଏ ସତ୍ତା ଅଖଣ୍ଡଭାବେ, ଏ ଦେହ ସମଗ୍ର ଭାବେ ଯେପରି ତୋ ନିକଟରେ ଯାଇ ଉପସ୍ଥିତ ହୁଏ, ଗଭୀର ଐକାନ୍ତିକତା ନେଇ, ଆଉ ଅକୁଣ୍ଠା ବିନମ୍ର ଅନୁଗତ ହୋଇ ପ୍ରକାଶର ଏହି ଯନ୍ତ୍ରଟିକୁ ଯେପରି ତୋତେ ଉତ୍ସର୍ଗ କରିଦେଇ ପାରେ – ତୋର ଇଚ୍ଛା ନିକଟରେ ପୂର୍ଣ୍ଣ ନିବେଦିତ ଏ ଯନ୍ତ୍ର, ଯଦିବା ଏ ସିଦ୍ଧି ଲାଗି ପୂର୍ଣ୍ଣ ପ୍ରସ୍ତୁତ ନ ହୋଇ ପାରିଥାଏ ।

ଦିନେ ତୁ ପ୍ରତ୍ୟାଶିତ ଅଘଟଣ ଘଟାଇବୁ ନିଶ୍ଚୟ, ତୋର ପରମ ଐଶ୍ଵର୍ଯ୍ୟର ପୂର୍ଣ୍ଣ ପ୍ରକାଶ ହେବ, ଏହି ପ୍ରଶାନ୍ତି, ଏହି ଦୃଢ଼ ପ୍ରତ୍ୟୟ ନେଇ, ନିବିଡ଼ ଆନନ୍ଦ ନେଇ ଆମେ ତୋ ପାଖକୁ ଚାଲିଛୁ, ଆଉ ନୀରବରେ ତୋତେ ନିବେଦନ ଜଣାଉଛୁ…

ବୃହତ୍, ଅନନ୍ତ, ଆଶ୍ଚର୍ଯ୍ୟବତ୍… ଏକ ମାତ୍ର ତୁହିଁ ରହିଛୁ, ସକଳ ବସ୍ତୁ ମଧ୍ୟରେ ତୁହିଁ ଉଦ୍ଭାସିତ, ତୋ ସିଦ୍ଧିର ମୁହୂର୍ତ୍ତ ସନିକଟ, ସମସ୍ତ ପ୍ରକୃତି ଗଭୀର ଆତ୍ମସମାହିତ ।

ତା’ର ଆକୁଳ ଆହ୍ମାନର ପ୍ରତ୍ୟୁତ୍ତର ତୁ ଦେଲୁ !