ହେ ଭଗବାନ୍, ଭଗବାନ୍, ସମଗ୍ର ପୃଥିବୀ ଆନ୍ଦୋଳିତ; ସେ ଶୋକମଗ୍ନ, ଯନ୍ତ୍ରଣାଗ୍ରସ୍ତ, ମୁମୂର୍ଷପ୍ରାୟ… ଏହି ଦୁଃଖତାପ ତା’ ଉପରେ ଆସି ବୃଥାରେ ଯେପରି ଚାଲିନ ଯାଉ, ଏହାହିଁ କର ଯେପରି ଏହି ରକ୍ତକ୍ଷୟ ନେଇଆସୁ ସୌନ୍ଦର୍ଯ୍ୟ, ଜ୍ୟୋତି ଓ ପ୍ରେମର ବୀଜ ଏବଂ ସେସବୁର ଶୀଘ୍ର ପ୍ରସ୍ତୁରଣ; ଏହା ସୌନ୍ଦର୍ଯ୍ୟ, ପ୍ରେମ ଓ ଜ୍ୟୋତିକୁ ପ୍ରସ୍ଫୁଟିତ କରୁ ଏବଂ ସମଗ୍ର ପୃଥିବୀକୁ ତା’ର ବିଭବଶାଳୀ ଶସ୍ୟରାଜି ଦ୍ଵାରା ଆଚ୍ଛାଦିତ କରୁ । ଅନ୍ଧକାରର ଏହି ଅତଳ ଗହ୍ୱରରୁ ସମଗ୍ର ପାର୍ଥିବ ସତ୍ତା ତୋତେ ଆବେଗରେ ଡାକୁଛି, ଯେପରି ତୁ ତାହାକୁ ଆଲୋକ ଓ ବାୟୁ ପ୍ରଦାନ କରିବୁ, ଏହାର ନିଃଶ୍ଵାସ ରୁଦ୍ଧ ହୋଇଯାଉଛି, ତୁ କ’ଣ ତାକୁ ରକ୍ଷା କରିବୁ ନାହିଁ ?
ହେ ଭଗବାନ୍, ପୂର୍ଣ୍ଣ ବିଜୟ ପାଇଁ ଆମ୍ଭମାନଙ୍କୁ କ’ଣ କରିବାକୁ ହେବ ?
ଆମ୍ଭମାନଙ୍କର ପ୍ରାର୍ଥନା ଶୁଣ, ଆମ୍ଭମାନଙ୍କୁ ସର୍ବସ୍ ପଣ କରି ଜୟଲାଭ କରିବାକୁ ହେବ । ସକଳ ବାଧା ଚୂର୍ଣ୍ଣ କରି ତୁ ପ୍ରକାଶ ହୁଅ !