Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୨୦, ୧୯୧୪

ତୁହିଁ ଚେତନା, ତୁହିଁ ଜ୍ୟୋତି, ତୁହିଁ ସକଳ ଅନ୍ତରରେ ଶାନ୍ତି, ତୁହିଁ ଦିବ୍ୟପ୍ରେମ ଯାହା ରୂପାନ୍ତରିତ କରେ, ତୁହିଁ ଜ୍ଞାନ ଯାହା ସକଳ ଅନ୍ଧକାର ଉପରେ ବିଜୟୀ ହୁଏ । ତୋତେ ଅନୁଭବ କରିବାକୁ ହେଲେ, ତୋ ସକାଶେ ଅଭୀପ୍ସା କରିବାକୁ ହେଲେ ଆମ୍ଭମାନଙ୍କୁ ଅବଚେତନାର ବିଶାଳ ସାଗର ମଧ୍ୟରୁ ଉଠି ଆସି ବାକୁ ହେବ; ଆମ୍ଭମାନଙ୍କୁ ନିର୍ମଳ କରିବାକୁ ହେବ ତଥା ବିଶିଷ୍ଟଭାବେ ଗଢ଼ି ତୋଳିବାକୁ ହେବ ଯଦ୍ଦ୍ୱାରା ପ୍ରଥମେ ନିଜକୁ ଜାଣିହେବ ତତ୍ପରେ ନିଜକୁ ଦେଇହେବ – କାରଣ ସେହି ନିଜକୁ ସମର୍ପଣ କରିପାରେ ଯାହାର ନିଜ ଉପରେ ଅଧିକାର ଅଛି । ଏହି ନିର୍ମଳତା ପ୍ରାପ୍ତି ନିମନ୍ତେ ଏବଂ ଆବେଷ୍ଟନୀର ଅଗଠିତ ଏକାକାର ଅସ୍ପଷ୍ଟ ମଧ୍ୟବର୍ତ୍ତୀ ଅବସ୍ଥା ମଧ୍ୟରୁ ବାହାରି ଆସି ବା ନିମିତ୍ତ କେତେ ପ୍ରଯତ୍ନ, କେତେ ସଂଗ୍ରାମ କରିବାକୁ ନ ହୁଏ ! ପୁନଶ୍ଚ ବ୍ୟକ୍ତିତ୍ଵ ସୁଗଠିତ ହେଲା ପରେ କେତେ ଚେଷ୍ଟା, କେତେ ଉଦ୍ୟମ ଦରକାର ନ ହୁଏ ନିଜକୁ ଦେଇଦେବାକୁ, ସମର୍ପଣ କରିବାକୁ !

ଅତି ଅଳ୍ପ ଲୋକ ହିଁ ସେଚ୍ଛାରେ ଏହି ପ୍ରଚେଷ୍ଟା କରିବାକୁ ଚାହାନ୍ତି । ତା’ପରେ ଜୀବନ ତାହାର ଅପ୍ରତ୍ୟାଶିତ ନିଦାରୁଣତାର ଚାପ ଦେଇ ମନୁଷ୍ୟର ଅନିଚ୍ଛା ସତ୍ତ୍ୱେ ତାହାକୁ ବାଧ କରେ ଏହି ଚେଷ୍ଟା କରିବାକୁ, କାରଣ ସେତେବେଳେ ଆଉ କୌଣସି ଗତି ନଥାଏ । ଏହି ଭାବେ ଧୀରେ ଧୀରେ ସକଳ ବାଧାବିଘ୍ନ ସତ୍ତ୍ୱେ ବି ତୋ କାର୍ଯ୍ୟ ସମ୍ପାଦିତ ହୁଏ ।