Divine Light Online

ଧ୍ୟାନ ଓ ପ୍ରାର୍ଥନା

ଏପ୍ରିଲ୍ ୧୯, ୧୯୧୪

ବାହ୍ୟ କର୍ମରେ ସକ୍ରିୟ ରହି, ସେହି ସଙ୍ଗେ ସଙ୍ଗେ ଚିନ୍ତାରେ ତୋ ଉପରେ ନିରନ୍ତର ଏକାଗ୍ର ରହିବା, ଆଉ ତୋ ସଙ୍ଗେ ଏପରି ପୂର୍ଣ୍ଣ ଏକତ୍ୱ ଲାଭ କରିବା ଯାହାର ଫଳ “ଅଖଣ୍ଡ ଚେତନା, ଯଥାର୍ଥ ସର୍ବଜ୍ଞତା, ପରମ ଜ୍ଞାନ” – ଏ ଦୁଇଟି ମଧ୍ୟରେ ଅନେକ ପାର୍ଥକ୍ୟ । ତୋ ଉପରେ ଚିନ୍ତାକୁ ଏକାଗ୍ର ରଖ ବି ଯେତେବେଳେ ଆମ୍ଭେମାନେ କର୍ମ କରୁ, ସେତେବେଳେ ମଧ୍ୟ ଆମ୍ଭେମାନେ ଅନ୍ଧ ପରି ରାସ୍ତା ଚାଲୁ, କେବଳ ଗୋଟାଏ ଦିଗବୋଧ ରକ୍ଷା କରୁ, କିନ୍ତୁ ରାସ୍ତା ସମ୍ବନ୍ଧରେ କିଛି ଜାଣୁ ନାହିଁ ଏବଂ କିପରି ଠିକ୍ ଠିକ୍ଚାଲିଲେ ରାସ୍ତାରେ କୌଣସି କିଛି ଅବହେଳିତ ହେବ ନାହିଁ, ତାହା ବି ଜାଣୁ ନାହିଁ । କିନ୍ତୁ ଅନ୍ୟ ପକ୍ଷରେ ରହିଛି ପୂର୍ଣ୍ଣ ଆଲୋକ, ନିର୍ମଳ ଦୃଷ୍ଟି, କ୍ଷୁଦ୍ରତମ ସୁଯୋଗର ସୁବ୍ୟବହାର, କର୍ମର ଅଖଣ୍ଡ ପୂର୍ଣ୍ଣତା, ସାଫଲ୍ୟର ପରାକାଷ୍ଠା । କିନ୍ତୁ ପ୍ରଥମ ମନୋଭାବଟି ଯଦି ଦ୍ୱିତୀୟଟିରେ ପହଞ୍ଚିବାର ଅପରିହାର୍ଯ୍ୟ ପୂର୍ବାବସ୍ଥା ହୁଏ, ତଥାପି କର୍ମରୁ କେବେ ବି ବିରତହେବା ଉଚିତ ନୁହେଁ; ତୋ ସଙ୍ଗେ ପୂର୍ଣ୍ଣ ସଂଯୋଗ ସକାଶେ ସର୍ବଦା ପ୍ରଚେଷ୍ଟା କରିବା ଉଚିତ ।

ମୋ ହୃଦୟ ଶାନ୍ତିପୂର୍ଣ୍ଣ, ଚିନ୍ତା ମୋର ଅଧୀରତାରୁ ମୁକ୍ତ, ଏବଂ ତୋ ଇଚ୍ଛାନିକଟରେ ମୁଁ ନିଜକୁ ସମର୍ପଣ କରୁଛି ସହାସ୍ୟ ଶିଶୁର ନିର୍ଭରତା ସହ ।

ତୋ ଶାନ୍ତି ସମସ୍ତଙ୍କ ଉପରେ ପ୍ରତିଷ୍ଠିତ ହେଉ ।