Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୨୩, ୧୯୧୪

ହେ ଭଗବାନ୍, କୃପା କର, ଆମ୍ଭେମାନେ ଯେପରି ତୋର ଦିବ୍ୟବିଧାନ ସମ୍ପର୍କରେ କ୍ରମେ ଅଧିକତର ସଚେତ ହୋଇଉଠୁ, ଅର୍ଥାତ୍ ପ୍ରତ୍ୟେକ ବସ୍ତୁ ମଧ୍ୟରେ ତା’ର ଅଭିବ୍ୟକ୍ତି ସହଜତର କରିବା ପାଇଁ ସେହି ଦିବ୍ୟବିଧାନ ସଙ୍ଗେ ଆମେ ଯେପରି ଏକ ହୋଇଯାଉ ।

ଭଗବାନ୍, ମୋର ଇତସ୍ତତଃ ବିକ୍ଷିପ୍ତ ଚିନ୍ତାରାଶି ଯେପରି ମୋର ଶାସନାଧୀନ ହୁଅନ୍ତି, ମୁଁ ଯେପରି ଏକ ମାତ୍ର ତୋ ମଧ୍ୟରେ ବାସ କରେ, କେବଳ ତ ରି ମଧ୍ୟଦେଇ ଜୀବନକୁ ଯେପରି ଉପଲବ୍ଧ କରେ; ଜଡ଼ ହିଁ ସତ୍ୟ, ଏ ଭ୍ରାନ୍ତି ଯେପରି ଦୂର ହୋଇଯାଉଏବଂ ତାହା ସ୍ଥାନରେ ଦେଖାଦେଉ ଏପରି ବୋଧ ଯାହାକି ତୋର ଶାଶ୍ୱତ ସତ୍ୟ ସଙ୍ଗ ଅଧିକତର ସାମଞ୍ଜସ୍ୟ ରକ୍ଷା କରିବ ।

ତୋ ଦିବ୍ୟପ୍ରେମ ମଧ୍ୟରେ ମୁଁ ଯେପରି ନିରନ୍ତର ବାସ କରେ, ଯେଉଁଥିରେ ସେହି ଦିବ୍ୟପ୍ରେମ ମୋ ମଧ୍ୟରେ ବାସ କରିବ ଏବଂ ମୋତେ ହିଁ ଧରି ରହିବ ।

କୃପା କର, ମୁଁ ଯେପରି ତୋର ଯଥାର୍ଥ ଉପଯୋଗୀ ଦିବ୍ୟଦୃଷ୍ଟିସମ୍ପନ୍ନ ଏକ ସହକର୍ମୀ ହୋଇଉଠେ, ମୋ ଭିତରେ ସବୁକିଛି ଯେପରି ତୋ ଆବିର୍ଭାବର ପୂର୍ଣ୍ଣତାରେସହାୟତା କରେ ।

ମୁଁ ଜାଣେ ମୋର କେତେ ତ୍ରୁଟି ଅଛି, କେତେ ବାଧାବିଘ୍ନ ରହିଛି, ଯେଉଁଠି ମୁଁ ଅଜ୍ଞ ତାହା ଅନୁଭବ କରେ, କିନ୍ତୁ ତା ଉପରେ ମୁଁ ସମ୍ପୂର୍ଣ୍ଣ ଆସ୍ଥା ରଖୁଛି, ତୋତେ ପ୍ରଣାମ କରୁଛି ନୀରବ ଭକ୍ତିର ସହି ।