Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୨୦, ୧୯୧୪

ହେ ଭଗବାନ୍ ! ତୋ ସମ୍ମୁଖରେ ମୁଁ ଖଣ୍ଡେ ସାଦା କାଗଜ ପରି ହେବାକୁ ଚାହେଁ, ଯେପରି ବିନା ବାଧାରେ, ବିନା ମିଶ୍ରଣରେ ତୋର ଇଚ୍ଛା ମୋ ଭିତରେ ଲିପିବଦ୍ଧ ହୋଇପାରେ ।

ଅତୀତ ଅଭିଜ୍ଞତାର ସ୍ମୃତିକୁ ବି ସମୟ ସମୟରେ ମନରୁ ପୋଛି ପକାଇବା ଉଚିତ; ତା’ହେଲେ ନିରନ୍ତର ନବଗଠନ କାର୍ଯ୍ୟରେ ଆଉ ବାଧା ଆସେ ନାହିଁ; ଏକମାତ୍ର ସେହି ନବଗଠନର କାର୍ଯ୍ୟ ହିଁ ଏହି ଆପେକ୍ଷିକତାର ଜଗତରେ ତୋର ପୂର୍ଣ୍ଣ ପ୍ରକାଶକୁସମ୍ଭବ କରେ ।

ଯାହା ହୋଇଯାଇଛି, ଆମ୍ଭେମାନେ ପ୍ରାୟ ତାହାକୁ ଜାବୁଡ଼ି ଧରୁ ଏହି ସକାଶେ ଯେ ଗୋଟିଏ ବହୁମୂଲ୍ୟ ଅଭିଜ୍ଞତାର ଫଳ ହରାଇବୁ ବୋଲି, ଭୟ କରୁ ଏକ ଉଚ୍ଚ ଓ ବିଶାଳ ଚେତନାକୁ ପରିତ୍ୟାଗ କରୁଛୁ ଏବଂ ପୁନଶ୍ଚ ଗୋଟିଏ ନିମ୍ନତର ଅବସ୍ଥାରେ ପଡ଼ିଯାଉଛୁ ବୋଲି ।

ନ୍ତୁ ତଥାପି, ଯେ ତୋର ହୋଇଯାଇଛି ସେ ଭୟ କରିବ କାହାକୁ ? ସେ କ’ଣ ଉଫୁଲ୍ଲ ହୃଦୟରେ, ଉଦ୍ଭାସିତ ଆନନ୍ଦରେ ତୋ ନିର୍ଦ୍ଦେଶିତ ପଥରେ ଚାଲିପାରେ ନାହିଁ – ସେ ପଥ ଯାହା ବି ହେଉ ନା କାହିଁକି, ଏପରିକି ତାହା ତା’ର ସୀମିତ ବୁଦ୍ଧି ପକ୍ଷରେ ଅଗମ୍ୟ ହେଲେ ବି ?

ହେ ଭଗବାନ୍ ! ଏହି ପୁରାତନ ଚିନ୍ତାର ଛାଞ୍ଚସବୁ ଭାଙ୍ଗି ଦେ, ଅତୀତର ଅନୁଭବସକଳକୁ ଧ୍ବଂସ କର, ସଜ୍ଞାନ ସିଦ୍ଧାନ୍ତସବୁକୁ ମୂଳପୋଛ କର ଯଦି ତୁ ଏହା ପ୍ରୟୋଜନୀୟ ମନେ କରୁ, ଯରା ତୋର କାର୍ଯ୍ୟ ଅଧିକରୁ ଅଧୁତର ଭଲଭାବେ ସମ୍ପନ୍ନହେବ ଏବଂ ପୃଥିବୀ ଉପରେ ତୋର ସେବା ସର୍ବାଙ୍ଗ ସୁନ୍ଦର ହୋଇଉଠିବ ।