Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୧୧, ୧୯୧୪

ପ୍ରତି ପ୍ରଭାତରେ, ହେ ଭଗବାନ୍ ! ତୋ ଆଡ଼କୁ ଉଠିଚାଲିଛି ଅଗଣିତ ପ୍ରଣାମ, ସତ୍ତାର ପ୍ରତ୍ୟେକଟି ସ୍ତରର ପ୍ରଣାମ ଓ ତାହାର ବହୁଳ ଉପାଦାନର ପ୍ରଣାମ । ଏହା ହେଲା ସେଇ ସର୍ବମୟଙ୍କ ପାଖରେ ସକଳଙ୍କର ଦୈନନ୍ଦିନ ଆତ୍ମ-ନିବେଦନ, ତୋର ଜ୍ୟୋତି ଓ ପ୍ରେମ ନିଟକରେ ଅଜ୍ଞାନ ଓ ଅହଂକାରର ମିନତି । ଆଉ ତୋର ପ୍ରତ୍ୟୁତ୍ତର ମଧ୍ୟ ଆସୁଛି ନିରବଚ୍ଛିନ୍ନଭାବେ ଏବଂ ତାହା ଅଖଣ୍ଡଭାବେ ଉପଲବ୍ଧି କରି ହେଉଛି : ସବୁ ହିଁ ଜ୍ୟୋତି, ସବୁ ହିଁ ପ୍ରେମ; ଅଜ୍ଞାନ ଓ ଅହଂକାର କେବଳ ମିଥ୍ଯ ଛାୟାମୂର୍ତ୍ତି, ସେସବୁ ଦୂର ହୋଇଯାଉଛି ।

ସକଳଙ୍କ ଉପରେ ପ୍ରସାରିତ ହେଉଛି ତୋର ଫଳବତୀ ସ୍ଥିରତା ଏବଂ ତୋର ଏକଚ୍ଛତ୍ର ପରମ ପ୍ରଶାନ୍ତି ।